ହାଇକୋର୍ଟରେ ଆବେଦନ ଖାରଜ , "କେଜ୍ରିୱାଲ ମୁଖ୍ୟ ଷଡଯନ୍ତ୍ରକାରୀ' 

    ହାଇକୋର୍ଟରେ ଆବେଦନ ଖାରଜ , "କେଜ୍ରିୱାଲ ମୁଖ୍ୟ ଷଡଯନ୍ତ୍ରକାରୀ' 


ନୂଆଦିଲ୍ଲୀ :  ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି କୌଣସି ଆଶ୍ୱସ୍ତି । ଇଡି ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିବା ସହ ତାଙ୍କର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଇଡି ତଦନ୍ତ ବେଳେ ପାଇଥିବା ସାମଗ୍ରୀ ଗିରଫଦାରୀ ପାଇଁ ଯଥେଷ୍ଟ ବୋଲି କୋର୍ଟ କହିଛନ୍ତି । ସେ କହିଛନ୍ତି ଅଦଲାତ ଆଇନ ଅନୁସାରେ କାର୍ଯ୍ୟ କରନ୍ତି । ବି·ରପତିମାନେ କୌଣସି ରାଜନୀତିକ ·ପରେ ପରି·ଳିତ ନୁହନ୍ତି । ରାୟ ଆଇନଗତ ନୀତି ଦ୍ୱାରା ଲେଖାଯାଏ । ରାଜନୀତି ସଂଗଠନ ଦ୍ୱାରା ନୁହେଁ । ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ । କାରଣ ଏପ୍ରିଲ ୧୫ ଯାଏ ତଳ କୋର୍ଟ କେଜ୍ରିୱାଲଙ୍କୁ ବି·ର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କ ଆପ ସୁପ୍ରିମକୋର୍ଟ ଯିବ ବୋଲି କହିଛି ।
ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇଥିଲେ । ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି, ଇଡି ଜବତ କରିଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ।
ନିଜର ବ୍ୟକ୍ତିଗତ କ୍ଷମତା ଓ ଆପର ଜାତୀୟ ଆବାହକ ଭାବେ ସେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ । ଇଡି ପାଖରେ ଏମିତି କିଛି ସାମଗ୍ରୀ ରହିଛି, ଯାହା ମନିଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ । ପ୍ରଥମେ ଗିରଫ ଓ ପରେ ରାଜସାକ୍ଷୀ ବନିଥିବା କିଛି ଲୋକଙ୍କ ବୟାନ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ଠିକ ନୁହେଁ ବୋଲି କୋର୍ଟରେ ତାଙ୍କ ଓକିଲ ଯୁକ୍ତି ବାଢିଥିଲେ । କିନ୍ତୁ ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି । କୋର୍ଟ କହିଛନ୍ତି, ରାଜସାକ୍ଷୀଙ୍କୁ କ୍ଷମା ଦେବା ଇଡିର କ୍ଷମତା ନୁହେଁ । ଏହା ନ୍ୟାୟିକ ପ୍ରକ୍ରିୟା ।