ହନୁମାନ ଜୟନ୍ତୀରେ ଆଖଡା ଶୋଭାଯାତ୍ରାକୁ ନା

ହନୁମାନ ଜୟନ୍ତୀରେ ଆଖଡା ଶୋଭାଯାତ୍ରାକୁ ନା


ଭୁବନେଶ୍ୱର : ସମ୍ୱଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାହାରିବ ନାହିଁ ଆଖଡ଼ା ଶୋଭାଯାତ୍ରା । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭଜନ କୀର୍ତ୍ତନ ସହ ସମସ୍ତ ରୀତିନୀତି ପାଳନ ହେବ । ତେବେ ମୁଖ୍ୟ ରାସ୍ତାରେ ବାଇକ ରାଲି କି କୌଣସି ପ୍ରକାର ଶୋଭାଯାତ୍ରା ହେବ ନାହିଁ । ସାଧାରଣର ନିର୍ବାଚନ ଓ ଗତ ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଆଖଡ଼ା ଶୋଭାଯାତ୍ରା । ଏହି ବିଶାଳ ଶୋଭାଯାତ୍ରାରେ ନୃତ୍ୟ ଓ ରୋଷଣୀ ସହ ପାରମ୍ପରିକ ସମରକଳା କୌଶଳ ପ୍ରଦର୍ଶିତ ହୋଇଥାଏ । ବିଭିନ୍ନ ସ୍ଥାନରୁ କଳାକାର ଓ ଆଖଡ଼ା ଦଳ ଆସିଥାନ୍ତି ।  ଆଖଡ଼ା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବିଳମ୍ବିତ ରାତିଯାଏ ·ଲିଥାଏ ସାଂସ୍କୃତିକ ଶୋଭାଯାତ୍ରା ।