ବିଶ୍ୱାସ ଓ ଅସହିଷ୍ଣୁତାକୁ ନେଇ ରାମାସ୍ୱାମୀଙ୍କ ପ୍ରଶ୍ନ ? ଟାର୍ଗେଟ୍‌ରେ କେବଳ ହିନ୍ଦୁ କାହିଁକି ?

hindu religion

ବିଶ୍ୱାସ ଓ ଅସହିଷ୍ଣୁତାକୁ ନେଇ ରାମାସ୍ୱାମୀଙ୍କ ପ୍ରଶ୍ନ ? ଟାର୍ଗେଟ୍‌ରେ କେବଳ ହିନ୍ଦୁ କାହିଁକି ?

ଭୁବନେଶ୍ୱର : ବିଶ୍ୱାସ ଓ ଅସହିଷ୍ଣୁତାକୁ ନେଇ କାହିଁକି କେବଳ ହିନ୍ଦୁମାନଙ୍କୁ ହିଁ ଟାର୍ଗେଟ୍‌ କରାଯାଉଛି ? ରିପବ୍ଳିକ ପ୍ରାର୍ଥୀ ତଥା ଆମେରିକୀୟ ନାଗରିକ ବିବେକ ରାମାସ୍ୱାମୀ ଏହି ପ୍ରଶ୍ନ କରିଛନ୍ତି  ।

ରାମାସ୍ୱାମୀ କହିଛନ୍ତିଯେ, ହିନ୍ଦୁ ଧର୍ମରେ ଏମିତି ବିଶ୍ୱାସ ଓ ଆସ୍ଥାମାନ ସବୁ ରହିଛି, ଯାହାକି ବିଶ୍ୱର ଅନ୍ୟ ଧର୍ମରେ ମିଳେନାହିଁ  । ଆମେରିକୀୟ ମୂଲ୍ୟବୋଧ ସହ ଏହା ଖାପଖୁଆଇ ପାରେନାହିଁ  । ସେହିପରି ହିନ୍ଦୁମାନେ ବେଶ୍‌ ସହନଶୀଳ  । ଭାରତ ହେଉ କିମ୍ବା ବିଶ୍ୱରେ ଏଭଳି ଦେଖିବାକୁ ମିଳେ  । ଖ୍ରୀଷ୍ଟିଆନ୍‌୍‌ ଓ ଇସଲାମଙ୍କୁ ଟାର୍ଗେଟ୍‌ କଲେ ଯେଭଳି ପ୍ରତିକ୍ରିୟା ଦେଖିବାକୁ ମିଳେ, ସେଭଳି ହିନ୍ଦୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳେନାହିଁ ବୋଲି ସେ କହିଛନ୍ତି  । 

ହିନ୍ଦୁ ଦର୍ଶନରେ ଯେଉଁ ସହନଶୀଳତା ଓ ଧୈର୍ଯ୍ୟ ରହିଛି ତାହାକୁ ସେ ଆଲୋକପାତ କରିଛନ୍ତି  । ସମୀକ୍ଷକଙ୍କ ମତରେ, ଭାରତର ଖ୍ରୀଷ୍ଟିଆନଙ୍କ ଉପରେ ଏଭଳି ମତାମତ ଦେଲେ ବା ସାଧାରଣରେ ନିନ୍ଦିତ କଲେ ଏହାର ବହୁଳ ପ୍ରତିକ୍ରିୟା ଦେଖିବାକୁ ମିଳେ  । କିନ୍ତୁ ଏବେ ହିନ୍ଦୁତ୍ୱକୁ ଅସହିଷ୍ଣୁତା ବୋଲି ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକରେ ଦର୍ଶାଯାଉଛି  । ଭାରତୀୟ ଗଣମାଧ୍ୟମରେ ବି ଏଭଳି ଅବତାରଣା କରାଯାଉଛି  ।