ବଦଳିଲା ନର୍ସଙ୍କ ଡ୍ରେସ କୋଡ ଏଣିକି ସମ୍ବଲପୁରୀ ଛିଟ


ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର :  ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସଙ୍କ ଡ୍ରେସ କୋଡ୍ । ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ । ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ । ଲାଭେଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସମାନେ । ଉଭୟ ପୁରୁଷ ଓ ମହିଳା ନର୍ସମାନେ ଈଷତ୍ ବାଇଗଣୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ । ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡେଣ୍ଟ୍ ମାନେ ସାୟନ୍ ବ୍ଲୁ୍ୟ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ । ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ଧଳା ଶାଢିି ଓ ଡ୍ରେସ୍ ପିନ୍ଧିବେ । ସେଥିରେ ଥିବା ଆର୍ପନର କଲାରରେ ସମ୍ବଲପୁରୀ ଛିଟ୍ ରହିବ । 
ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟ୍ର କଲାରରେ ରହିବ ସମ୍ବଲପୁରୀ ଛିଟ । ଓଡିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟ ନର୍ସିଂ ମହାସଂଘର ସଂପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ସରକାରଙ୍କର ଏହି ନିଷ୍ପତ୍ତିକୁ  ସ୍ୱାଗତ କରୁଛୁ । ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ତାମଧ୍ୟରେ ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା । ସରକାର ଆଜି ଏହାକୁ ପୂରଣ କରିଛନ୍ତି । ଓଡିଶାରେ ୧୫ରୁ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ । ସରକାର ଆମର ଏହି ଦାବି ପୂରଣ କରିଥିବା ବେଳେ ଅନ୍ୟ ନାଯ୍ୟା ଦାବି ଗୁଡିକ ମଧ୍ୟ ପୂରଣ କରିବେ ବୋଲି ଆମେ ଆଶା ରଖିଛୁ । ସରକାର ଆମ ସହ  ଆଲୋଚନା କରିବା ପରେ ଏହି ନୂଆ ଡ୍ରେସ କୋଡ କରିଛନ୍ତି ।