ବିଜୟ ପରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ର୍ନିବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ମୋଦି କହିଛନ୍ତି ଯେ ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ, ଏହା ଆମର ଗ୍ୟାରେଣ୍ଟି।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୋଦି ଲେଖିଛନ୍ତି, “ଜନଶକ୍ତି ସର୍ବୋପରି! ବିକାଶ ଜିତିଲା, ସୁଶାସନ ଜିତିଲା। ଆମକୁ ଏକ ଐତିହାସିକ ବିଜୟ ଦେବା ପାଇଁ ଦିଲ୍ଲୀର ସମସ୍ତ ଭାଇଭଉଣୀମାନଙ୍କୁ ମୋର ପ୍ରଣାମ ଏବଂ ଅଭିନନ୍ଦନ! ଆପଣମାନେ ଦେଇଥିବା ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ବହୁତ କୃତଜ୍ଞ। ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ପାଇଁ ଏବଂ ଏଠାକାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ, ଏହା ଆମର ଗ୍ୟାରେଣ୍ଟି। ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମୁଁ ମୋର ସମସ୍ତ ଭାଜପା କର୍ମୀଙ୍କ ପାଇଁ ବହୁତ ଗର୍ବିତ, ଯେଉଁମାନେ ଏହି ବିପୁଳ ଜନାଦେଶ ପାଇଁ ଦିନରାତି ପରିଶ୍ରମ କରିଥିଲେ। ଏବେ ଆମେ ଆମର ଦିଲ୍ଲୀବାସୀଙ୍କ ସେବା ପାଇଁ ଆହୁରି ଦୃଢ଼ ଭାବରେ ସମର୍ପିତ ରହିବୁ।”
ଏଥର ଦିଲ୍ଲୀରେ ୧୨ ରୁ ଅଧିକ ଏଜେନ୍ସି ଏକଜିଟ ପୋଲ ପ୍ରକାଶ କରିଥିଲେ। ୧୦ଟି ଏକଜିଟ ପୋଲରେ, ଭାଜପା ସରକାର ଗଠନ ହେଉଥିବା ଦେଖାଯାଉଛି ନଚେତ ଭାଜପା ଓ ଏଏପି ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଯେତେବେଳେ ଦୁଇଟି ଏକଜିଟ ପୋଲରେ ଆମ ଆଦମୀ ପାର୍ଟି ସରକାର ଗଠନ କରୁଥିବା ଦେଖାଯାଉଛି। ୨୦୧୫ରେ, ଆମ ଆଦମୀ ପାର୍ଟି ଦିଲ୍ଲୀରେ ଏକ ବଡ଼ ବିଜୟ ହାସଲ କରିଥିଲା। ଦଳ ୭୦ଟି ଆସନରୁ ୬୭ଟି ଜିତିଥିଲା। ବିଜେପି ୩ଟି ଆସନ ଜିତିଥିଲା। ଯେତେବେଳେ କି ୨୦୨୦ରେ AAP ୬୨ଟି ଆସନ ଜିତିଥିଲା। ଯେତେବେଳେ ଭାଜପାକୁ ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଲା। ଯେତେବେଳେ ଉଭୟ ର୍ନିବାଚନରେ କଂଗ୍ରେସର ଖାତା ଖୋଲିନଥିଲା।