ଖୋଲିବ ହୀରାକୁଦରେ ଆଉ ୨ଟି ଗେଟ୍

ଖୋଲିବ ହୀରାକୁଦରେ ଆଉ ୨ଟି ଗେଟ୍

ହୀରାକୁଦ ଜଳ ଭଣ୍ଡାରରେ ଖୋଲିବ ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେବ ।  ବର୍ତ୍ତମାନ ୨ଟି ଗେଟ୍ ଖୋଲା ଅଛି, ଯେଉଁଥିରୁ ବନ୍ୟା ଜଳ ବାହାର କରାଯାଉଛି । କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ୭ ଫୁଟ ଉଚ୍ଚଥାରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଲୋକମାନେ ଡଙ୍ଗା ସାହାଯ୍ୟରେ ଗମନାଗମନ କରୁଛନ୍ତି । ସେପଟେ, ବ୍ରାହ୍ମଣୀ ନଦୀ ଜଳ ସ୍ତର ବିପଦ ସୀମା ଟପିବା ଆରମ୍ଭ କଲାଣି ।