IAS ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ
ମାଲକାନଗିରି: ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ମାଲକାନାଗିରି SDJM କୋର୍ଟ । 50 ହଜାର ଟଙ୍କାର 2ଟି ମୁଚାଲିକା ବଦଳରେ ମିଳିଲା ଜାମିନ । ମାଲକାନାଗିରି ପୂର୍ବତନ ରାଜ୍ୟପାଳ ହେଉଛନ୍ତି ମନୀଷ ଅଗ୍ରୱାଲ । ତାଙ୍କୁ ଏସଡିଜେଏମ୍ କୋର୍ଟରୁ ମିଳିଲା ଜାମିନ । ସୁପ୍ରିମକୋର୍ଟ ଆଦେଶ ଅନୁଯାୟୀ ମନୀଷ ଅଗ୍ରୱାଲଙ୍କୁ ଜାମିନ ମିଳିଲା । 2 ଜାମିନଦାର ଓ ବ୍ୟକ୍ତିଗତ ମୁଚାଲିକାରେ ମିଳିଛି ଜାମିନ ।
ପ୍ରକାଶଥାଉକି, 2019 ଡିସେମ୍ବର 27ରେ ସନ୍ଦେହ ଜନକ ଭାବେ ନିଖୋଜ ହୋଇଯାଇଥିଲେ ମାଲକାନାଗିରିର ପୂର୍ବତନ ଜିଲ୍ଲାପାଳ ଅନୀଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ମୃତ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ସ୍ବାମୀଙ୍କ ମୃତ୍ୟୁ ପାଇଁ ସେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ । ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମୃତକଙ୍କ ପରିବାର ଲୋକେ ମାଲକାନଗିରି ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସମେତ 4 ଜଣଙ୍କ ନାଁରେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା ।