ବଢୁଛି ଧଳାଜହର କାରବାର
ତାଳଚେର : ଶିଳ୍ପନଗରୀ ତାଳଚେର ଅଞ୍ଚଳକୁ ଗ୍ରାସ କରିଛି ମାରାତ୍ମକ ଧଳାଜହର । ଜୁଆଡ଼େ ଦେଖିବ ସିଆଡ଼େ ମାଳମାଳ ସେବନକାରୀ ଓ ବେପାରୀ । ଲୋକେ ଏହା ଦେଖୁଥିବା ବେଳେ ପୋଲିସ୍ ଓ ଅବକାରୀ କିପରି ଦେଖିପାରୁନାହିଁନ୍ତି ନେଇ ଉଠିଛି ପ୍ରଶ୍ନ? ପ୍ରକାଶ ଯେ, ହରିବୋଲ ନାମଧାରୀ ଯୁବକ ତାଳଚେର ଟାଉନ ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଶନିମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ଚଳାଇ ଚାଳାଇଥିଲେ ମଧ୍ୟ ପୁଲିସ୍ର ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏହି ଯୁବକଙ୍କ ନାମ ଅନ୍ୟ କିଛି ରହିଥିବା ବେଳେ ଏହି କାରବାର ଚଳାଇବା ଦିନ ଠାରୁ ସେହି ଅଂଚଳରେ ସେ ନିଶାଡ଼ିଙ୍କ ପାଇଁ ହରିବୋଲ ନାମରେ ପରିଚିତ ହୋଇଛନ୍ତି । ତେବେ ଏଭଳି ଭାବେ ତାଳଚେର ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗାଁ ଗଣ୍ଡା ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ଅଭିଯୋଗ ହେଉଛି । ବାହାର ରାଜ୍ୟରୁ ଏହି ମାରାତ୍ମକ ଧଳାଜହର ଏବେ ତାଳଚେର ଅଂଚଳକୁ କଳେବଳେ କୌଶଳେ ଅଣାଯାଇ ଏଠିକାର ଯୁବପିଢ଼ୀଙ୍କୁ ହାତେଇ ଧଳାଜହର ବ୍ୟବସାୟରେ ଜଡ଼ିତ କରିବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରି ମାଲେମାଲ ହେଉଛନ୍ତି । ଏବଂ କହୁଛନ୍ତି କି ଆମେ ଚାନ୍ଦା ଦେଇ ବ୍ୟବସାୟ ଚଳାଇଛୁ କିଏ କ’ଣ କରିବ । ତେବେ ସେମାନେ କେତେ ବେଳେ କାହାକୁ ଚାନ୍ଦା ଦିଅନ୍ତି ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଆଜି ଯୁବପୀଢ଼ି ଚାକିରିନ ପାଇ ମାନସିକ ଭାରସ୍ୟାମ ହରାଇ ଏହି ମାରାତ୍ମକ ନିଶାକୁ ଆପଣାଇ ନେଇଥିବାବେଳେ ଏଥିପାଇଁ ଅର୍ଥ ଦରକାର ପଡୁଥିବାବେଳେ ସେମାନେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ତେବେ ଯଦି ଶୀଘ୍ର ଏହା ଉପରେ ରୋକ୍ ନ ଲାଗିବ, ତେବେ ଏହି ମାରାତ୍ମକ ନିଶା ଧିରେ ଧିରେ ତାଳଚେରକୁ ଗ୍ରାସ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।