ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ମାକାରିଓସ୍-୩’ ସମ୍ମାନ

 ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଥିବା ମୋଦି ତାଙ୍କ ପ୍ରଥମ ଦିନରେ ଭୂମଧ୍ୟ ସାଗରୀୟ ରାଷ୍ଟ୍ର ସାଇପ୍ରସ୍ ଗସ୍ତ କରିଛନ୍ତି । ସେଠାରେ ତାଙ୍କୁ ସାଇପ୍ରସ୍ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ସହ ଅପରାହ୍ଣରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସାଇପ୍ରସ୍ର ସର୍ବୋଚ୍ଚ ସମ୍ମାନ ‘ମାକୋରିୟସ-୩’ ସମ୍ମାନିତ କରାଯାଇଛି । ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି "ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍-୩’ ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନିତ ଅବସରରେ ମୋଦି ସାଇପ୍ରସ୍ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ସମ୍ମାନ ମୋର ନୁହେଁ ୧୪୦ କୋଟି ଭାରତୀୟଙ୍କର ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେ ଏହି ପୁରସ୍କାରକୁ ଭାରତ ଏବଂ ସାଇପ୍ରସ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସମର୍ପିତ କରିଛନ୍ତି ଯାହା ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସକୁ ପ୍ରଦର୍ଶନ କରୁଛି ବୋଲି କହିଥିଲେ । ଏ ସମ୍ପର୍କରେ ମୋଦି ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର୍ କରିଛନ୍ତି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହି ପୁରସ୍କାର ଭାରତର ପୁରୁଣା ଦର୍ଶନ "ବସୁଧୈବ କୁଟୁମ୍ବକମ୍’ (ବିଶ୍ୱ ଗୋଟିଏ ପରିବାର) ର ସ୍ୱୀକୃତି ଯାହା ବିଶ୍ୱ ଶାନ୍ତି ଏବଂ ପ୍ରଗତି ପାଇଁ ପ୍ରଯୁଜ୍ୟ ।