ଜୟ ନାରାୟଣଙ୍କ ବିସ୍ଫୋରକ ମନ୍ତବ୍ୟ

jay narayan mishra

ଜୟ ନାରାୟଣଙ୍କ ବିସ୍ଫୋରକ ମନ୍ତବ୍ୟ

।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର : ଏବେ ଓଡ଼ିଶାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  । ଏଭଳି ସମୟରେ ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  ।
ସେ କହିଛନ୍ତିଯେ, ସମୀର ଦେ’ଙ୍କୁ ଯେଭଳି କୋଣଠେସା କରି ରଖାଯାଇଥିଲା ମୋତେ ବି ସେମିତି ରଖାଯାଇଛି  । ଆମେ ଉଭୟ ପୂର୍ବରୁ ଦଳରୁ ତଡ଼ା ଖାଇଥିଲୁ  । ସ୍କୁଲରୁ ନେଇ କଲେଜ ଓ ରାଜନୀତି ପର୍ଯ୍ୟନ୍ତ ମୁଁ ଜଣେ ତଡ଼ାଖିଆ ନେତା  । ସବୁବେଳେ ମୋ ପଛରେ ଜଣେ ରହିବ, ଏହା ଦଳର ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ  । ମୋ ବିରୋଧରେ ବାରବାର ଲୋକ ଲଗାଯାଉଛି  । ସମୀର ଦେ’ଙ୍କ କ୍ଷେତ୍ରରେ ବି ସେମିତି ଘଟିଥିଲା  । ଏବେ ମୋତେ ଦଳରେ କୋଣଠେସା କରି ରଖାଯାଇଛି  ।  ଜୟ ନାରାୟଣ କାହା ଉଦ୍ଦେଶ୍ୟରେ ଏଭଳି କରିଛନ୍ତି ସେନେଇ କିଛି ସ୍ପଷ୍ଟ କରିନାହାନ୍ତି  । ସୂଚନାଯୋଗ୍ୟଯେ, ଜୟଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍‌ କରାଯାଇନଥିଲା  । ଯାହାକୁ ନେଇ ସେ କ୍ଷୁବ୍ଧ ଥିଲେ  । ଏମିତିକି ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବକୁ  ବି ସେ ଯାଇନଥିଲେ  ।