ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ; ତନାଘନା ଜାରି

 ଭୁବନେଶ୍ୱର, ୩୦ା୧୧ : ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରୁ ଠାବ ହୋଇଛି ଅଜଣା ବ୍ୟାଗ ।ବିମାନବନ୍ଦରରେ ମୃତୟନ ହୋଇଥିବା ସିଆଇଏସ୍ଏଫ୍ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି ।
 ସୂଚନା ଯୋଗ୍ୟଯେ, ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଥିଲା । ସିଆଇଏସ୍ଏଫ୍ ଓ ଡଗ୍ ସ୍କ୍ୱାଡ୍ ବିମାନବନ୍ଦର ବାହାର ଓ ଭିତରେ ଯାଞ୍ଚ କରୁଥିଲେ । ଏହି ସମୟରେ ବିମାନବନ୍ଦର ଭିତରେ ଏକ ନୀଳ ରଙ୍ଗର ବ୍ୟାଗ୍ ଠାବ କରାଯାଇଥିଲା । ଯାହାକୁ ନେଇ ସନେ୍ଦହ ବଢ଼ିଛି । ବ୍ୟାଗଟି କାହାର ଓ କିଏ ଛାଡି ଦେଇଛି ପଳାଇଛି ନା ଆଉ କିଛି କାରଣ ରହିଛି ତାହା ଜଣାପଡିନାହିଁ । ଏହି ଅଜଣା ବ୍ୟାଗ ଠାବ ହେବା ତାକୁ ନେଇ ତନଘନା କରାଯାଇଛି । ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଆଜି  ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା । ଯେଉଁଥିଲେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଥିଲା । ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ । ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଥିଲା ।