ଅଯୋଧ୍ୟା ରେକି କରିବାକୁ ଯାଇଥିଲେ କି ଜ୍ୟୋତି ?

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ସେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ପରଦିନ ହିଁ ଅଯୋଧ୍ୟାରେ ପହଞ୍ଚିଥିଲେ । ଯେଉଁଠାରେ ସେ କିଛି ଦିନ ପର୍ଯ୍ୟନ୍ତ ରହିଥିଲେ
। ହନୁମାନଗଢ଼ି , କନକ ଭବନ , ସରଜୁ ତଟ , ଘାଟ ଆଦି ବିଭିନ୍ନ ସ୍ଥାନରେ ସେ ଭିଡିଓ ମଧ୍ୟ ସୁଟ୍ କରିଥିଲେ । ଜ୍ୟୋତିଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ପରେ ଆକଳନ କରାଯାଉଛି ଯେ ଜ୍ୟୋତିଙ୍କ ଏହା ଧାର୍ମିକ ଯାତ୍ରା ନୁହେଁ ବରଂ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦ୍ବାରା ଦିଆଯାଇଥିବା ଟାସ୍କ୍ ଥିଲା । ତେବେ କ’ଣ ସତରେ ଅଯୋଧ୍ୟା ରେକି କରିବାକୁ ଯାଇଥିଲେ କି ଜ୍ୟୋତି ? ସୁରକ୍ଷା ଏଜେନ୍ସିଙ୍କ ଏହି ଆକଳନ ପରେ ଏବେ ଅଯୋଧ୍ୟା ପୁଲିସ ସଜାଗ ହୋଇଯାଇଛି । ଜ୍ୟୋତିଙ୍କ ଅଯୋଧ୍ୟା ଯାତ୍ରାକୁ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଚିନ୍ତାଜନକ ବୋଲି କୁହାଯାଉଛି । ଯାଞ୍ଚରୁ ଜଣାପଡୁଛି ଯେ ଅଯୋଧ୍ୟାରେ ରହିବା ସମୟରେ ଜ୍ୟୋତି ଅନେକ ସନ୍ଦିଗ୍ଧ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ଗତବର୍ଷ ଜାନୁଆରି ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଲା ଏବଂ ଏହାର ଠିକ୍ ପରଦିନ ଜାନୁଆରି ତାରିଖରେ ଜ୍ୟୋତି ଅଯୋଧ୍ୟା ପହଞ୍ଚିଥିଲେ । ଏହି ଖବର ଜାଣିବା ପରେ ଅଯୋଧ୍ୟାର ହୋଟେଲ୍ , ରେସ୍ତୋରାଁ ଏବଂ ମନ୍ଦିରରେ ସବୁ ସିସିଟିଭି ଫୁଟେଜକୁ ଏବେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଅଯୋଧ୍ୟାରେ ରହିବା ସମୟରେ ସେ କାହା କାହା ସହ କେତେ ସମୟ ସାକ୍ଷାତ କରିଛନ୍ତି ସେ ସବୁ ବିଷୟରେ ଯାଞ୍ଚ କରୁଛନ୍ତି ଅଯୋଧ୍ୟା ପୁଲିସ । କାଶୀ ବିଶ୍ବନାଥ ମନ୍ଦିରକୁ ମଧ୍ୟ ଜ୍ୟୋତି ଯାଇଛନ୍ତି ।