କେ. ସୁରେଶଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଲୋକ ସଭାରେ ଡେପୁଟି ସ୍ପିକରଙ୍କ ନାଁ ଘୋଷଣା କରିଛନ୍ତି ବିରୋଧୀ। କଂଗ୍ରେସ ଗୌରବ ଗୋଗୋଇଙ୍କୁ ଲୋକ ସଭାର ଉପବାଚସ୍ପତି କରିଛି। ଗତ ଲୋକ ସଭାରେ ସେ କଂଗ୍ରେସ ଦଳର ଉପନତା ଥିଲେ। ଏହା ବ୍ୟତୀତ କେ ସୁରେଶଙ୍କୁ ମୁଖ୍ୟ ସଚେତକ ଏବଂ ମାଣିକମ ଟାଗୋର, ମହମ୍ମଦ ଜାଭେଦଙ୍କୁ ଦଳର ସଚେତକ ଦାୟିତ୍ୱ ଦିଆଯାଇଛି। ଏନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଲୋକ ସଭା ବାଚସ୍ପତିଙ୍କୁ ସୂଚନା ଦେଇଛନ୍ତି।

ଗୌରବ ଗୋଗୋଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଅଟନ୍ତି। ସେ ଏହାପୂର୍ବରୁ ୨୦୨୦ରୁ ଲୋକ ସଭାରେ ଭାରତୀୟ ଜାତୀୟ କଂଗ୍ରେସର ଉପନେତା ଭାବରେ କାମ କରିଛନ୍ତି। ଚଳିତ ନିର୍ବାଚନରେ ସେ ଜୋରହାଟ ଆସନରୁ ଭାଜପାର ତପନ କୁମାର ଗୋଗୋଇଙ୍କୁ ୧୪,୪୩୯୩ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି।