ହିମାଚଳ ପ୍ରଦେଶ କୁଲ୍ଲୁରେ ଭୟଙ୍କର ଭୂସ୍ଖଳନ : ୬ଜଣଙ୍କ ମୃତ
ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଧସିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ମାଟି ଧସିବା ପରେ ଗଛ ଉପୁଡ଼ି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ପରିଚୟ ଜଣାପଡ଼ି ନାହିଁ । ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଟି ଧସିବା ଯୋଗୁଁ କୁଲ୍ଲୁ ଓ ମଣିକର୍ଣ୍ଣକୁ ସଂଯୋଗ କରୁଥିବା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି ।