କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଜାଣନ୍ତୁ ଏହି ଟିପ୍ସ

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଜାଣନ୍ତୁ ଏହି ଟିପ୍ସ

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। ଦୈନନ୍ଦିନ ଜୀବନରେ ଆମେ ଯେତେ ବ୍ୟସ୍ତ ରହିଲେ ମଧ୍ୟ କିଡ୍‌ନୀ କିପରି ସୁସ୍ଥ ରହିବ ସେ ନେଇ ସତର୍କ ରହିବା ନିହାତି ଦରକାର। ଏଥିରେ ସମସ୍ୟା ଦେଖାଦେଇଛି କି ନାହିଁ ତାହା ଜାଣିବା ପାଇଁ କେତୋଟି ପ୍ରମୁଖ କାରଣ ବିଷୟରେ ଅବଗତ ହେବା ଦରକାର। କିଡ୍‌ନୀ ଖରାପ ହେଲେ ହାତଗୋଡ଼ ଫୁଲିଯାଏ, ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ, ରକ୍ତଚାପ ଅସନ୍ତୁଳିତ ରହେ ଏବଂ ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ।

ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ମଧ୍ୟ ଉପୁଜେ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ। ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଶରୀରରେ ୟୁରିଆ ତତ୍ତ୍ୱ ସନ୍ତୁଳିତ ରଖନ୍ତୁ। ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ। ନିଶାଦ୍ରବ୍ୟ ସେବନ ଅଭ୍ୟାସ ତୁରନ୍ତ ବର୍ଜନ କରନ୍ତୁ। କିଡ୍‌ନୀଜନିତ ସମସ୍ୟା ଦେଖାଦେଲେ କିମ୍ବା ଏହାର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଭିଜ୍ଞ କିଡନୀ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରୋଗ ଯଦି ଗୁରୁତର ଆକାର ଧାରଣ କରିଛି ସେହି ଅନୁସାରେ ଚିକିତ୍ସିତ ହୁଅନ୍ତୁ।