ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଗଲା ଏହି ପ୍ରଶ୍ନ:କୋଲକାତା ବଳାତ୍କାର ମାମଲା
କୋଲକାତା : କୋଲକାତା ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାର ରହସ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସାମ୍ନାକୁ ଆସିନାହିଁ। ଏହି ଘୃଣ୍ୟ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସିବିଆଇ ପଲିଗ୍ରାଫ ଟେଷ୍ଟ କରିଥିଲା, କିନ୍ତୁ ଏଥିରେ ଆହୁରି ଅନେକ ପ୍ରଶ୍ନ ଉଠିଛି।
ପଲିଗ୍ରାଫ ଟେଷ୍ଟରେ ପ୍ରଥମେ ସରଳ ପ୍ରଶ୍ନ ପଚରାଯାଏ, ଯେପରିକି ତୁମର ନାମ କ’ଣ, ତୁମେ କେଉଁଠାରେ ରୁହ, କେଉଁ ଖାଦ୍ୟ ତୁମେ ପସନ୍ଦ କର। ଉତ୍ତରଗୁଡ଼ିକ କେବଳ ହଁ କିମ୍ବା ନାରେ ଦିଆଯାଏ। ସୂଚନାନୁସାରେ, ସିବିଆଇ ଅନୁଭବ କରୁଛି ଯେ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ଏହାର ସମାଧାନ ପରିବର୍ତ୍ତେ ତଦନ୍ତକୁ ଆହୁରି ଜଟିଳ କରିଛି।
ପଲିଗ୍ରାଫ ଟେଷ୍ଟରେ ସଞ୍ଜୟଙ୍କୁ ପଚରାଯାଇଥିବା ପ୍ରଶ୍ନ…
ପ୍ରଶ୍ନ: କାହାକୁ ବଳାତ୍କାର କରିଛନ୍ତି?
ଉତ୍ତର- ନା
ପ୍ରଶ୍ନ: ଆର୍.ଜି କର ହସ୍ପିଟାଲ ଯାଇଥିଲେ?
ଉତ୍ତର- ହଁ ଯାଇଥିଲି
ପ୍ରଶ୍ନ: କାହିଁକି ଯାଇଥିଲ?
ଉତ୍ତର-କାମ ପାଇଁ
ପ୍ରଶ୍ନ: ସେଠାରେ ଆଉ କିଏ ଥିଲେ?
ଉତ୍ତର-୩ୟ ମହଲାରେ କେହି ନଥିଲେ
ପ୍ରଶ୍ନ: କ’ଣ ତୁମେ ତାଙ୍କର(ଟ୍ରେନି ଡାକ୍ତର)ଙ୍କ ନାକ, ମୁହଁ ଦବାଇଥିଲ?
ଉତ୍ତର- ହଁ
ପ୍ରଶ୍ନ: ସେତେବେଳେ ତୁମ ସାଙ୍ଗରେ ଆଉ କିଏ ଥିଲେ?
ଉତ୍ତର-କେହି ନୁହେଁ
ପ୍ରଶ୍ନ: ତୁମେ ବଳାତ୍କାର କରିଛ କି ନାହିଁ ସଠିକ୍ ଭାବେ କୁହ?
ଉତ୍ତର- ନା