ହ୍ୟାଣ୍ଡସେକ୍ ନକରିବାକୁ କହିଥିଲେ ରେଫରୀ : ନିଦେ୍ର୍ଦଶକଙ୍କୁ ନିଲମ୍ବନ କଲା ପିସିବି
ଭୁବନେଶ୍ୱର: ଭାରତ-ପାକ୍ କ୍ରିକେଟ୍ ମ୍ୟାଚ ବେଳେ ହ୍ୟାଣ୍ଡସେକ ପ୍ରସଙ୍ଗ ଏବେ ଚର୍ଚ୍ଚା ସୃଷ୍ଟିକରିଛି । ଭାରତ ଜିତିବା ପରେ ଦୁଇ ବ୍ୟାଟ୍ସମ୍ୟାନ ପାକିସ୍ତାନୀ ଖେଳାଳୀଙ୍କ ସହ ହ୍ୟାଣ୍ଡସେକ୍ ନକରି ସିଧା ପାଭିଲିୟନ ଚାଲି ଯାଇଥିଲେ । ଅପରପକ୍ଷରେ ଏହାକୁ ନେଇ ଆଉ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ଭାରତୀୟ କ୍ୟାପଟେନଙ୍କ ସହ ହ୍ୟାଣ୍ଡସେକ୍ ନକରିବା ପାଇଁ ପାକ୍ କ୍ୟାପଟେନ ସଲମାନ ଅଲ୍ଲୀ ଆଘାଙ୍କୁ ନିଦେ୍ର୍ଦଶ ଦେଇଥିଲେ ମ୍ୟାଚ ରେଫରୀ ଆଣ୍ଡି ପାଏକ୍ରଫ୍ଟ । ପିସିିବି ପକ୍ଷରୁ କୁହାଯାଇଛିଯେ, ଟସ୍ ପକାଇବା ବେଳେ ହ୍ୟାଣ୍ଡସେକ୍ ନକରିବାକୁ ସେ ପାକିସ୍ତାନ କ୍ୟାପଟେନ୍ ସଲମାନ ଅଲ୍ଲୀ ଆଘାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପାକିସ୍ତାନ ଟିମ୍ ମ୍ୟାନେଜର ନାଭିଦ ଛିମା ଏନେଇ ଏସିସିରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏନେଇ ଜାଣିଥିଲେବି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନକରିଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ଼ ଏହାର ଅନ୍ତର୍ଜାତୀୟ କ୍ରିକେଟ ଅପରେସନର ନିଦେ୍ର୍ଦଶକ ଉସମାନ ୱାହାଲାଙ୍କୁ ନିଲମ୍ବନ କରିଛି । ସୂଚନାଯୋଗ୍ୟଯେ, ଦୁବାଇରେ ଭାରତ-ପାକ୍ ମ୍ୟାଚ ସରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଖେଳାଳୀଙ୍କ ସହ ହାତ ନମିଳାଇ ପଳାଇ ଆସିଥିଲେ । ଏନେଇ ସୂର୍ଯ୍ୟକୁମାର କହିଥିଲେଯେ, ସେ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାର ସହ ରହିଛନ୍ତି । ପିସିବି ଏନେଇ ଉଭୟ ଏସିସି ଓ ଆଇସିସିରେ ଅଭିଯୋଗ କରିଛି । ତେବେ ଏସିସିର ମୁଖ୍ୟ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି ଥିବାବେଳେ ଆଇସିସିର ଅଧ୍ୟକ୍ଷ ଅଛନ୍ତି ଜୟ ଶାହ ।