ବିଜେଡ଼ିରେ ବିସ୍ଫୋରଣ : ରଞ୍ଜିତାଙ୍କୁ ଲତିକାଙ୍କ ଟାର୍ଗେଟ

latika pradhan Ranjita Sahu BIju Janata Dal

ବିଜେଡ଼ିରେ ବିସ୍ଫୋରଣ : ରଞ୍ଜିତାଙ୍କୁ ଲତିକାଙ୍କ ଟାର୍ଗେଟ

ଭୁବନେଶ୍ୱର : ଗଞ୍ଜାମରେ ଆରମ୍ଭ ହୋଇଯାଇଛି ବିଜେଡ଼ି କଳି  । ଆସିକା ସାଂସଦ ପ୍ରାର୍ôଥନୀ ରଞ୍ଜିତା ସାହୁଙ୍କୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ  । ରଞ୍ଜିତା ବିଜେପି ସହ ମିଶି ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମ କରିଥିଲେ  । ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି  । ସେ ବିଜେପି ସହ ହାତ ମିଳାଇ ବିଜେଡ଼ିର କ୍ଷତି କରିଛନ୍ତି  । ଦଳବିରୋଧୀ କାମ କରିଥିବାର ପ୍ରମାଣ ମଧ୍ୟ ରହିଛି  । ଏନେଇ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅବଗତ କରିଛନ୍ତି  । ରଞ୍ଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ସୃଷ୍ଟିହେବ  । ରଞ୍ଜିତାଙ୍କ ଭଳି ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍‌ ବିଜେଡ଼ି ହାତରୁ ଚାଲିଯାଇଛି  । ଏସମସ୍ତ ତଥ୍ୟ ପ୍ରମାଣ ସେ ନବୀନଙ୍କୁ ଦେଇଛନ୍ତି  ।