ବିଜେପିକୁ ଯିବେ ଆଉ ଜଣେ ରାଜ୍ୟସଭା ସାଂସଦ 

ବିଜେପିକୁ ଯିବେ ଆଉ ଜଣେ ରାଜ୍ୟସଭା ସାଂସଦ 

 ବିଜେପିକୁ ଯିବେ ଆଉ ଜଣେ ରାଜ୍ୟସଭା ସାଂସଦ 
ବିଜେଡି ସାଂସଦ ସୁଜିତ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ମଧ୍ୟ ଛାଡି ଦେଇଛନ୍ତି । ଅପରପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ମମତା ମହନ୍ତଙ୍କ ପରେ ଆଉ ଜଣେ ରାଜ୍ୟସଭା ସାଂସଦ ଭାରତୀୟ ଜନତା ପାଟିକୁ ଯିବା ନିଶ୍ଚତ ହୋଇଯାଇଛି । ଯାହା ଏବେ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜୁ ଜନତା ଦଳ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ପରେ ରାଜ୍ୟସଭା ଉପନିର୍ବାଚନରେ ସେ ବିଜେପି ଟିକେଟରେ ବାଜିମାତ କରି ପୁଣି ଥରେ ରାଜ୍ୟସଭାକୁ ଯିବାରେ ସମର୍ଥ ହୋଇଛନ୍ତି । ଯେହି ସମୟଠାରୁ ଆଉ ଜଣେ ସାସଂଦ ମଧ୍ୟ ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । 

ସେହି ଚର୍ଚ୍ଚା ଆଜି ସତରେ ପରିଣତ ହୋଇଛି । କଳାହାଣ୍ଡିର ନେତା ସୁଜିତ କୁମାର ଆଜି ଦଳ ଛାଡି ଦେଇଥିବା ବେଳେ ଖୁବଶୀଘ୍ର ସେ ବିଜେପିରେ ସାମିଲ ହେବେ । ଯେଉଁଥି ପାଇଁ ପୁଣି ଥରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି । ସୁଜିତ କୁମାରଙ୍କର ଆହୁରି ଦୁଇ ବର୍ଷର କାର୍ଯ୍ୟକାଳ ରହିଛି । ପୁଣି ରାଜ୍ୟସଭା ପାଇଁ ଉପନିର୍ବାଚନ ହେଲେ ଯଦି ବିଜେପି ତାଙ୍କୁ ଟିକେଟ ଦେବ ତାହେଲେ ସେ ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଯିବ । ଯଦି ସାଂପ୍ରତିକ ରାଜନୀତିକ ସ୍ଥିତିକୁ ଅନୁଶୀଳନ କରାଯାଏ ତେବେ ଭାରତୀୟ ଜନତା ପାଟି ସ୍ଲୋ ପଏଜନ୍‌ ଦେଇ ବିଜୁ ଜନତା ଦଳକୁ ଖତମ କରିଦେବାକୁ ଯୋଜନା କରିଛି । ଯେଉଁ ରଣନୀତିରେ ପ୍ରଥମେ ମମତା ମହନ୍ତ ଓ ପରେ ସୁଜିତ କୁମାର ଭାରତୀୟ  ଜନତା ପାର୍ଟିରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବେ ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।