‘ସୂର୍ଯ୍ୟପ୍ରଭା’ରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ : ୫୧ ବର୍ଷ ପରେ ଖୋଲିଲା ରନô ଅଳଙ୍କାର ପେଡ଼ି
ଜୟପୁର : ଦୀର୍ଘ ୫୧ ବର୍ଷ ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଡେଡ ବକ୍ସ ରନô ଅଳଙ୍କାର ପେଡ଼ିକୁ ଖୋଲାଯାଇ ସୁନା ଅଳଙ୍କାର ସବୁ ଗଣତି କରାଯାଇଛି । ଆଜି ସକାଳୁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡୀଙ୍କ ନେତୃତ୍ୱରେ, ବିଡିଓ ଶକ୍ତି ମହାପାତ୍ର, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୃତ୍ତିବାସ ସାହୁ, ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ, ବ୍ରହ୍ମପୁରରୁ ଆସିଥିବା ଦେବୋତ୍ତର ନିରିକ୍ଷକ ସୁକାନ୍ତ ପୂଜାରୀଙ୍କ ସମେତ ପୂର୍ବତନ ଜୟପୁର ଦେବୋତ୍ତର ପରାମର୍ଶ କମିଟି ସଭାପତି ଲାଲୁ ମିଶ୍ର ରାଜସ୍ୱ ପରିଦର୍ଶକ ଦିଲ୍ଲିପ ପ୍ରଧାନ ଜୟପୁର ଦେବୋତ୍ତରର କୃଷ୍ଣ ଦାସ, ଶିଦ୍ଧ ଦାସ ପରିଚ୍ଛା, ମୁନା ଦାସ, ଶୁଭମ ତ୍ରିପାଠୀ ପ୍ରମୁଖ ସୁରକ୍ଷିତ ସ୍ଥାନରେ ଥିବା ମୃତ ରନô ଅଳଙ୍କାର ପେଡ଼ି ଡେଡ ବକ୍ସ ଟିକୁ ଖୋଲିଥିଲେ ।
ପୂର୍ବରୁ ଥିବା ରନôଅଳଙ୍କାର ଚିଠାକୁ ଦେଖି ଏହି ଟିମ ତନିଖି କରିଥିଲା । ସମସ୍ତ ଅଳଙ୍କାର ସମାନ ରହିଥିବା ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗତ ଦେବୋତ୍ତର ଅଧିନରେ ଥିବା ଠାକୁରଙ୍କ ସୁନା ଅଳଙ୍କାରର ଦୁଇଟି ବକ୍ସ ରଖାଯାଇଛି । ଦୁଇଟି ପେଡ଼ି ରଖାଯାଇଥିବା ବେଳେ ଗୋଟିଏ ଚାଳନ୍ତି ଅଳଙ୍କାର ପେଡ଼ିରୁ ପ୍ରତିବର୍ଷ ଠାକୁରଙ୍କ ସୁନାବେଶ ଓ ବିଭିନ୍ନ ପର୍ବ ପର୍ବାଣିରେ ବ୍ୟବହାର କରାଯାଇ ଖୋଲାଯାଉଥିବା ବେଳେ ଅନ୍ୟଏକ ଅଳଙ୍କାର ବକ୍ସକୁ ଗତ ୧୯୭୪ ମସିହା ଠାରୁ କଢାଯାଇନାହିଁ । ୧୯୭୪ ରେ ଗଣତି ହୋଇ ଚିଠା ପ୍ରସ୍ତୁତ କରିବା ପରେ ଦୀର୍ଘ ୫୧ବର୍ଷ ପରେ ଆଜି ଏହି ଅଳଙ୍କାର ପେଡ଼ି ଖୋଲାଯାଇଛି । ବହୂବାର ସୂର୍ଯ୍ୟପ୍ରଭା ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଚେତିଲା ଦେବୋତ୍ତର ବିଭାଗ । ଏହା ସହ ଜୟପୁର ବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯିବା ପରେ ଆଜି ଏହି ଅଳଙ୍କାର ପେଡ଼ିକୁ ଖୋଲାଯାଇ ଗଣତି କରି ପୁଣି ଥରେ ସିଲ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାଇ ଭାଗବାନ ନୀଳକଣ୍ଠସ୍ୱର, ପଞ୍ଚାନନ, ମା’ ଭଗବତି, ବୋଲ୍ଲଭ ନାରାୟଣ, ଦକ୍ଷିଣକାଳୀଙ୍କ ଆଳଙ୍କାର ମାନ ରୋହିଥିବା ବେଳେ ଶ୍ରୀ ଜଗନ୍ନାଥଙ୍କ କିଛି ଆଳଙ୍କାର ନଥିବା ସୂଚନା ମିଳିଛି । ଏହାକୁ ନେଇ ଜୟପୁର ସହରର ବୟୋଜ୍ୟ ବ୍ୟକ୍ତି ମାନଙ୍କୁ ପଚାରି ବୁଝିବାରେ ଦେବୋତ୍ତର ଆଇନ ହେବା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ନବରଙ୍ଗପୁର ରେଭେନୁ ଡିଭିଜନ ଅଧିନରେ ରୋହିଥିଲା ତେଣୁ ଜୟପୁର ମହାରାଜା ଶ୍ରୀ ଜଗନ୍ନାଥଙ୍କୁ ଦେଇ ଦେଇ ଥିବା ସମସ୍ତ ଅଳଙ୍କାର ନବରଙ୍ଗପୁର ଟ୍ରେଜେରୀରେ ରହୁଥିଲା । ଦେବୋତ୍ତର ଆଇନ ହେବା ପରେ ଯେଉଁ ଦେବୋତ୍ତର କାର୍ଯ୍ୟାଳୟ ରହିଥିଲା । ସେହି ସ୍ଥାନ ମାନଙ୍କରେ ଅଳଙ୍କାର ଗୁଡ଼ିକ ରହିଗୋଲା ତେଣୁ ଜୟପୁରର ଶ୍ରୀ ଜଗନ୍ନାଥଙ୍କ ଶୃଙ୍ଗାର ନିମନ୍ତେ ଉଦ୍ଧିଷ୍ଟ ଥିବା ଅଳଙ୍କାର ଗୁଡ଼ିକ ନବରଙ୍ଗପୁର ଠାରେ ରହିଯାଇଥିବା ସାଧାରଣରେ ସନେ୍ଦହ ହେଉଛି ଏହାର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟତା ରୋହିଥିବା ସାଧାରଣରେ ଦାବି ହୋଇଛି ।