ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ

make in odisha

ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ

ଭୁବନେଶ୍ୱର : ଟାର୍ଗେଟ୍‌ ଥିଲା ୫ ଲକ୍ଷ କୋଟିର ପୁଞ୍ଜିନିବେଶ  । କିନ୍ତୁ ଡବଲ ଇଞ୍ଜିନ ସରକାରରେ ନିବେଶକଙ୍କର ଉତ୍ସାହ କିନ୍ତୁ ତିନିଗୁଣା ବଢ଼ି ଯାଇଥିଲା  । ଉତ୍କର୍ଷ ଓଡିଶା ମେକ୍‌ ଇନ୍‌ ଓଡିଶା କନକ୍ଳେଭ ୨୦୨୫ରେ ମୋଟ୍‌ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି  । ଏହାଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି  । କନକ୍ଳେଭ ସରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । 
ସମ୍ମିଳନୀରେ ୧୪୫ଟି ପ୍ରକଳ୍ପ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି  । ଏହିସବୁ ପ୍ରକଳ୍ପରେ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ  । ଫଳରେ ୮ ଲକ୍ଷ ୯୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ଅପରପକ୍ଷରେ ଆହୁରି ୪୪୮ ପ୍ରକଳ୍ପରେ ପୁଞ୍ଜିନିବେଶ ନିମନ୍ତେ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି  । ଏହି ସବୁ ପ୍ରକଳ୍ପରେ ୩ ଲକ୍ଷ ୮୪ ହଜାର କୋଟି ଟଙ୍କା ନିବେଶ ପାଇଁ ନିବେଶକମାନେ ଆଗ୍ରହୀ  ।