୧୨୩ କୋଟିର ଚିଟଫଣ୍ଡ ଠକେଇ ଗିରଫ ହେଲେ ମା’ ଓ ଝିଅ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ବୁଧବାର ୧୨୩ କୋଟି ଟଙ୍କାର ଏକ ଚିଟଫଣ୍ଡ ଠକେଇ ସ୍କାମରେ ସାମିଲ ଥିବା ଦୁଇ ଫେରାର ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଦ୍ୱୟ ହେଲେ ଦ୍ୱୀପିକା ଭଞ୍ଜ ଓ ତନ୍ଦ୍ରା ଭଞ୍ଜ । ସେମାନେ ହେଉଛନ୍ତି ଏହି ଚିଟ୍ଫଣ୍ଡ ସ୍କାମର ମୁଖ୍ୟ ମାଷ୍ଟର ମାଇଣ୍ଡ ତଥା ହରିତ କ୍ରିଷ୍ଣି ନିଧି ଲିମିଟେଡର ନିଦେ୍ର୍ଦଶକ ତୁଷାର ଭଞ୍ଜଙ୍କ ପନôୀ ଓ ଝିଅ । ଏହି କମ୍ପାନୀ ଲୋକଙ୍କୁ କମ ଦିନରେ ଜମା ଟଙ୍କାର ଅଧିକ ଅର୍ଥ ଫେରସ୍ତ କରିବାର ଲୋଭ ଦେଖାଇ ପ୍ରାୟ ୩୪ ହଜାର ଜମାକାରୀଙ୍କ ଠାରୁ ୧୨୩ କୋଟି ଟଙ୍କା ଠକେଇ କରିଥିବା ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ତୁଷାର ଭଞ୍ଜଙ୍କୁ ଇଓଡବ୍ଳୁ୍ୟ ଗିରଫ କରିସାରିଛି । ଗିରଫ ଦୁଇ ମହିଳାଙ୍କୁ ଇଓଡବ୍ଳୁ୍ୟ ଅଧିକାରୀମାନେ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ କଟକ ଆଣିବା ପରେ ତାଙ୍କୁ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଉଭୟଙ୍କ ଜାମିନ ଖାରଜ ହେବା ପରେ ସେମାନଙ୍କୁ ଜେଲ ପଠାଯାଇଥିବା ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏନେଇ ଭୁବନେଶ୍ୱରର ମନମୋହନ ଦୋରା ନାମକ ଜଣେ ଜମାକାରୀ ଠକେଇର ଶିକାର ହେବା ପରେ ଇଓଡବ୍ଳୁ୍ୟରେ ଅଭିଯୋଗ କରିଥିଲେ । ଉଭୟ ଅଭିଯୁକ୍ତଙ୍କ ଗିରଫଦାରୀ ସଂକ୍ରାନ୍ତରେ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଡିଜି ଶ୍ରୀ ମିଶ୍ର କହିଛନ୍ତି ଯେ, ଉକ୍ତ କମ୍ପାନୀ ଜମାକାରୀଙ୍କୁ ମାସିକ ଜମାର ୧୧ ପ୍ରତିଶତ ଅଧିକ ଅର୍ଥ ଫେରସ୍ତ କରାଇବାର ପ୍ରତିଶ୍ରୁତି ଦେଇ ଟଙ୍କା ଜମା ନେଇଥିଲେ । ୨୦୨୩ ମାର୍ଚ୍ଚରେ ଉକ୍ତ କମ୍ପାନୀ ଖୋଲା ଯାଇଥିବା ବେଳେ ଏହାର କିଛିମାସ ପରେ ଜମାକାରୀଙ୍କ ଠାରୁ ୧୨୩ କୋଟି ଟଙ୍କା ଲୁଟ୍ କରିବା ପରେ ଅଭିଯୁକ୍ତ ତୁଷାର ଫେରାର ହୋଇଯାଇଥିଲା । ତୁଷାର ପଶ୍ଚିମବଙ୍ଗ, ଓଡିଶା ଛତିଶଗଡ ଓ ଆସାମରେ ତାହାର ଶାଖା କାର୍ଯ୍ୟାଳୟ ଖୋଲିଥିଲା । ଏହି ମାମଲାର ଅଧିକ ତଦନ୍ତ ଚାଲୁଥିବା ବେଳେ ମାମଲା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।