ୟୁଜେଏର କାର୍ଯ୍ୟକାରିଣୀ ବୈଠକ

ଯାଜପୁର ଟାଉନ: ଉକ୍ରଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଯାଜପୁର ଜିଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଜିଲା ସଭାପତି ହରିହର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଅତିଥିଭାବେ ଯୋଗଦେଇ ସଂଘର କାର୍ଯ୍ୟଧାରାକୁ ଗତିଶୀଳ କରିବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମତ ଦେଇଥିଲେ । ଆଗାମୀ ୧୧ ତାରିଖରେ ଜିଲା ଶାଖାର ବାର୍ଷିକ ଉତ୍ସବ ପାଳନ ପାଇଁ ନିଷ୍ପତି ହୋଇଥିଲା । ସଭା ଆରମ୍ଭରେ ସଂଘର ଦିବଙ୍ଗତ ବରିଷ୍ଠ ସଭ୍ୟ ରବିନାରାୟଣ ରଣାଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ବାର୍ଷିକୋତ୍ସବ ଅବସରରେ ଏକ ଆଲୋଚନାଚକ୍ର ଆୟୋଜନ ପାଇଁ ସ୍ଥିର ହେବା ସହିତ ସଂଘର ପ୍ରତି ବ୍ଲକ୍ରେ ଥିବା କୋ ଅଡିନେଟରଙ୍କୁ ଏଥିନେଇ ଦାୟିତ୍ୱ ଦିଆଯାଇଥିଲା । ବୈଠକରେ ଜିଲା ସମ୍ପାଦକ ପିତବାସ ଭୂୟାଁ ସୂଚନା ପ୍ରଦାନ କରିଥିଲା ବେଳେ ସଂଘ ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ସାହୁ,ବିଶ୍ୱନାଥ ପଣ୍ଡା, ରଙ୍ଗବଲ୍ଲଭ ସାହୁ, କଳ୍ପତରୁ ପଣ୍ଡା, ଶୁବାଶିଷ ରାଉତ, ଭରତ ନାୟକ, ସଂଜୟ କର,ବା‚ାନିଧି ସାହୁ, ବିଦ୍ୟାଧର ବେହେରା, ଦିବ୍ୟକାନ୍ତ କର, ମନୋଜ ନାୟକ, ଲିଙ୍ଗରାଜ ସାହୁ, ଅଜୟ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଦୀପ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।