ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ; ଯୁବ ମୋର୍ଚ୍ଚାର ଏତଲା

 ବ୍ୟାସନଗର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନାମରେ ଆପତିଜନକ ପୋଷ୍ଟ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା କରାଯାଇଛି । ଜିଲା ଯୁବ ମୋର୍ଚ୍ଚା ଉପ-ସଭାପତି ସନ୍ଦିପ ପରିଡ଼ାଙ୍କ ନେତୃତ୍ୱରେ କୋରେଇ ଯୁବମୋର୍ଚ୍ଚା ତରଫରୁ ଯାଜପୁର ରୋଡ଼ ଥାନାରେ ଏତାଲା ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।