MICROSOFT କଲା 6000 କର୍ମଚାରୀଙ୍କୁ ଛଟେଇ

ନୂଆଦିଲ୍ଲୀ: 6000 କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ । ଏହି ବଡ଼ ଧରଣର ଛଟେଇ ପଠର କାରଣ କହିଲେ ଏହି କମ୍ପାନୀର ସିଇଓ ସତ୍ୟ ନାଡେଲା । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପାନୀ, ତାର ବିଶ୍ବବ୍ୟାପୀ କର୍ମଚାରୀର 3 ପ୍ରତିଶତ କର୍ମଚାରୀଙ୍କୁ ହଟାଇବା ପଛର କାରଣ ସ୍ପଷ୍ଟ କରି କହିଛନ୍ତି ଯେ, ଏହା କର୍ମଚାରୀଙ୍କ ପର୍ଫମାନ୍ସ ସମ୍ପଧିତ ନୁହେଁ । ନାଡେଲା ସାମ୍ପ୍ରତିକ ଛଟେଇ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ନିଷ୍ପତ୍ତି ବ୍ୟକ୍ତିଗତ କାର୍ଯ୍ୟ ପ୍ରଦର୍ଶନ ଉପରେ ଆଧାରିତ ନୁହେଁ । “ଏହା ଏକ ସାଂରଚନିକ ପରିବର୍ତ୍ତନ, ଲୋକମାନେ କିପରି ପ୍ରଦର୍ଶନ କରୁଥିଲେ ତାହାର ପ୍ରତିଫଳନ ନୁହେଁ,” ବୋଲି ନାଡେଲା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ମାଇକ୍ରୋସଫ୍ଟ ଏହାର ରଣନୈତିକ ଧ୍ୟାନକୁ ପରିବର୍ତ୍ତନ କରୁଛି । କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ ଅଧିକ ଗୁରୁତ୍ବ ଦେଉଛି । କାରଣ କମ୍ପାନୀ ନିଜର ଦୀର୍ଘକାଳୀନ ଦୃଷ୍ଟିକୋଣ ଏବଂ ଅଭିବୃଦ୍ଧି ଲାଗି ଏଆଇକୁ ଏକ ପ୍ରମୁଖ ବାହକ ଭାବରେ ଦେଖୁଛି । ଏହା ସହ କମ୍ପାନୀ AI ମାଧ୍ୟମରେ ବାର୍ଷିକ 13 ବିଲିୟନ ଡଲାର ରାଜସ୍ବ ଆଶା କରୁଛି ।
ଏହି ଟେକ୍ ପ୍ରମୁଖ କମ୍ପାନୀ ଚଳିତ ଆର୍ଥିକ ବର୍ଷରେ AI ଭିତ୍ତିଭୂମି ପାଇଁ ପ୍ରାୟ $80 ବିଲିୟନ ବା 8000 କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଯୋଜନା କରୁଥିବା ଘୋଷଣା କରିଛି । ଏହାସହିତ ବିଭିନ୍ନ ଗ୍ରାହକ ବିଭାଗରେ ଏହାର Copilot AI ଆସିଷ୍ଟାଣ୍ଟ ନିଯୁକ୍ତିକୁ ତ୍ବରାନ୍ବିତ କରିଛି । ନିକଟରେ ହୋଇଥିବା ଛଟେଇ କମ୍ପାନୀର ବିଶ୍ବ ସ୍ତରରେ 6,000 ପଦବୀକୁ ପ୍ରଭାବିତ କରିଥିଲା, ଯେଉଁଥିରେ ଉତ୍ପାଦ ବିକାଶ ଏବଂ ଇଞ୍ଜିନିୟରିଂ ଭୂମିକା ବି ସାମିଲ । ଏହି ଛଟେଇ ଦର୍ଶାଉଛି ଯେ AI ଯୁଗରେ ମଧ୍ୟ ମୁଖ୍ୟ ବୈଷୟିକ ପଦବୀଗୁଡ଼ିକୁ କିପରି ପୁନଃଆକୃତି ଦିଆଯାଉଛି ।
‘ସଫ୍ଟୱେର ଅପରେଟର ହୋଇପାରିବେ ଇଞ୍ଜିନିୟର‘: ଏହି ସମାନ ଇଭେଣ୍ଟରେ ଉପସ୍ଥିତ ଥିବା ମାଇକ୍ରୋସଫ୍ଟର ଚିଫ୍ ପ୍ରଡକ୍ଟ ଅଫିସର (CPO) ଅପର୍ଣ୍ଣା ଚେନ୍ନାପ୍ରଗଦା ଏଆଇକୁ ନେଇ ବୃଦ୍ଧି ପାଉଥିବା ଏକ ଧାରଣାକୁ ଜୋରଦାର ବିରୋଧ କରିଥିଲେ । ଏଆଇ ଉଦୀୟମାନ କୋଡିଂ କୌଶଳକୁ ଅପ୍ରଚଳିତ କରିବ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ଅପର୍ଣ୍ଣା ବିରୋଧ କରି କହିଥିଲେ, “ବହୁତ ଲୋକ ଭାବୁଛନ୍ତି କୋଡିଂ ଶେଷ ହୋଇଯାଉଛୁ, ମାତ୍ର ଏହି ଧାରଣା ସହିତ ମୁଁ ସହମତ ନୁହେଁ ।”ମାଇକ୍ରୋସଫ୍ଟ କିଛି ଇଣ୍ଟରନାଲ ପ୍ରୋଜେକ୍ଟର 30 ପ୍ରତିଶତ କୋଡ୍ ଲେଖୁଛି । ଏହାକୁ ଅପର୍ଣ୍ଣା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ପ୍ରାକୃତିକ ବିକାଶ ଭାବରେ ଦେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ନିକଟରେ ହୋଇଥିବା ଛଟେଇ ଯୋଗୁଁ କୋଡର୍ସ ବେଶ ପ୍ରଭାବିତ ହୋଇଥିଲେ । ୱାଶିଂଟନରେ ଛଟେଇ ହୋଇଥିବା 2000ରୁ ଅଧିକ ପଦବୀ ମଧ୍ୟରୁ ପ୍ରାୟ 40% ପଦବୀରେ ସଫ୍ଟୱେର ଇଞ୍ଜିନିୟର ଥିଲେ ।
ବର୍ଷ 2023ରେ, ମାଇକ୍ରୋସଫ୍ଟ 10 ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା, ଯାହାକି କମ୍ପାନୀର ମୋଟ କାର୍ଯ୍ୟବଳ (Workforce)ର 5 ପ୍ରତିଶତ ଥିଲା । OpenAI ସହିତ ପାର୍ଟନରସିପ ପରେ ମାଇକ୍ରୋସଫ୍ଟ ଏହାର ପ୍ରଡକ୍ଟିଭିଟି ଟୁଲ୍ସରେ Copilotର ଇଣ୍ଟଗ୍ରେସନ କରିଛି। ଏହା ମାଧ୍ୟମରେ, କମ୍ପାନୀ ନିଜକୁ ପ୍ରଡକ୍ଟିଭିଟି ଟୁଲ୍ସରେ AI ଅଫରିଙ୍ଗ୍ ମାମଲାରେ ନିଜକୁ ଏକ ପ୍ରମୁଖ ଖେଳାଳି ଭାବରେ ସ୍ଥାନିତ କରିବାକୁ ଚାହୁଁଛି। ମାଇକ୍ରୋସଫ୍ଟର, AI ମାଧ୍ୟମରେ ବାର୍ଷିକ ଅତି କମରେ13 ବିଲିୟନ ଡଲାର ରୋଜଗାର କରିବାକୁ ଆଶା କରୁଛି।