ନବୀନ ଥିବା ଯାଏ ଦଳ ମଜଭୁତ : ଅରୁଣ ସାହୁ

ନବୀନ ଥିବା ଯାଏ ଦଳ ମଜଭୁତ : ଅରୁଣ ସାହୁ
ଭୁବନେଶ୍ୱର:  ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ ଓ ଅନଙ୍ଗ ଉଦୟ ସିଂହଦେଓ  ନବୀନ ନିବାସରେ ପହଞ୍ଚି ଥିଲେ। ପରେ  ଅରୁଣ ସାହୁ, ପ୍ରଣବ ବଳବନ୍ତ ରାୟ, ଅତନୁ, ସଞ୍ଜୟ ଦାସବର୍ମା  ଭଳି ଜଣଙ୍କ ପରେ ଜଣେ ନେତା ନବୀନ ନିବାସ ଯାଇଥିଲେ।  ସେଠାରେ ଦଳୀୟ ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ଶେଷ ହେବା ପରେ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖି କହିଥିଲେ ,ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ନବୀନ ନିବାସ ଆସିଥିଲୁ।  ଜିଲା ସଭାପତି ଚୟନ, ନିର୍ବାଚନ ଉପରେ ଆଲୋଚନା ହେଲା। ନବୀନ ପଟ୍ଟନାୟକ ଥିବା ଯାଏ ଦଳ ମଜଭୁତ ଅଛି।  ନବୀନ ଥିବା ଯାଏ BJD ପ୍ରତି ଲୋକଙ୍କ ଆଶା ରହିବ। ସେହିପରି, ନବୀନ ନିବାସରୁ ବାହାରି ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ଦେଇ କହିଥିଲେ,  ୱାକଫ ବିଲ ବିଷୟରେ ଗତକାଲି ସ୍ପଷ୍ଟ କହିଥିଲି। ଖୁବ୍‌ ଶୀଘ୍ର ସମସ୍ତଙ୍କ ମନର ଦ୍ବନ୍ଦ୍ବ ସମାଧାନ ହେବ।