ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଓ ଫେରସ୍ତ ନିୟମାବଳୀ ୨୦୨୫କୁ ମଞ୍ଜୁରୀ
ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଓ ଫେରସ୍ତ ନିୟମାବଳୀ ୨୦୨୫କୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଏଣିକି ସରକାରୀ ନିଯୁକ୍ତିରେ ଯୋଗ୍ୟ ଆଶୟୀ ପ୍ରାର୍ଥୀଙ୍କ ଆବେଦନକୁ ସୁନିଶ୍ଚିତ କରିବାକୁ ପରୀକ୍ଷା ପାଇଁ ଫି ଆଦାୟ କରାଯିବ । କେବଳ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମଙ୍କୁ ଛାଡ଼ି ଅନ୍ୟ ସମସ୍ତ ବର୍ଗର ଆବେଦନକାରୀ ପରୀକ୍ଷା ଦେବେ। ଯେଉଁ ଆବେଦନକାରୀ ପରୀକ୍ଷାରେ ସାମିଲ ହେବେ ତାଙ୍କୁ ସେ ଦାଖଲ କରିଥିବା ଫି ଫେରସ୍ତ କରାଯିବ ।