ଆଜିଠୁ ନନ୍ଦନକାନନ ଖୋଲିବ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜିଠାରୁ ପୁଣି ପର୍ୟ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ଜୀବଜନ୍ତୁ ଓ ପର୍ୟ୍ୟଟକଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ୨୪ ଓ ୨୫ ତାରିଖ ଦୁଇଦିନ ବନ୍ଦ ରଖିଥିଲେ। ବାତ୍ୟା ଦୁର୍ବଳ ହୋଇସାରିଥିବା ପରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ୟ୍ୟଟକମାନେ ପୂର୍ବପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଅଫଲାଇନ ଓ ଅନଲାଇନ ଜରିଆରେ ଟିକଟ ସଂଗ୍ରହ କରି ବୁଲି ପାରିବେ। ସୂଚନା ଯେ, ଶୁକ୍ରବାର ୭୫୦ରୁ ଊର୍ଦ୍ଧ୍ବ ବଙ୍ଗୀୟ ପର୍ୟ୍ୟଟକ ନନ୍ଦନକାନନ ଆସି ନିରାଶରେ ଫେରିଥିଲେ।