ରାଜନୀତିକୁ ଆସିବେ ନୀତୀଶ କୁମାରଙ୍କ ପୁଅ!

ରାଜନୀତିକୁ ଆସିବେ ନୀତୀଶ କୁମାରଙ୍କ ପୁଅ!

ରାଜନୀତିକୁ ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ଗତ ବର୍ଷଠାରୁ ଆଲୋଚନା ହେଉଥିବା ବେଳେ ଏବେ ଏହା ଜୋର ଧରିଛି। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଅଛି।  ନୀତୀଶଙ୍କ ବୟସ ବଢୁଥିବାରୁ ଜେଡି (ୟୁ)ର ଅନେକ ନେତା ଓ କର୍ମୀ ଚାହୁଁଛନ୍ତି ନିଶାନ୍ତ କୁମାର ମଇଦାନକୁ ଓହ୍ଲାନ୍ତୁ। କିଛି ସହଯୋଗୀ ଦଳ ମଧ୍ୟ ନିଶାନ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ସାରିଲେଣି। ହେଲେ ଏଯାଏଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିଜେ ନିଶାନ୍ତ କୁମାର ।

ସେହିପରି ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କିଛି କହି ନାହାନ୍ତି। ଇତି ମଧ୍ୟରେ ଜେଡି (ୟୁ)ର ପାଟନା ସ୍ଥିତ କାର୍ୟ୍ୟାଳୟ ବାହାରେ ଗେଟ୍ ପାଖରେ ନିଶାନ୍ତଙ୍କ ସମର୍ଥନରେ ଏକ ବଡ଼ ପୋଷ୍ଟର ଲାଗିଛି। ପାର୍ଟିର କେତେ ଜଣ କାର୍ଯ୍ୟକର୍ତ୍ତା  ଏହି ପୋଷ୍ଟର ଲଗାଇଛନ୍ତି । ଏଥିରେ ନୀତୀଶ କୁମାରଙ୍କ ସହିତ ନିଶାନ୍ତଙ୍କ ଫଟୋ ରହିଛି। ନିଶାନ୍ତଙ୍କ ଫଟୋଟି ନୀତୀଶଙ୍କଠାରୁ ବଡ଼ ହୋଇଛି  ।  ଆଉ ଏଥିରେ ଲେଖାଯାଇଛି- ‘ବିହାର କରେ ପୁକାର, ଆଇୟେ ନିଶାନ୍ତ କୁମାର’। ନିଶାନ୍ତ କୁମାର ରାଜନୀତିକୁ ଆସନ୍ତୁ ବୋଲି ଏହି କାର୍ୟ୍ୟକର୍ତ୍ତାମାନେ ଅନୁରୋଧ କରିଛନ୍ତି। ଏହି କାର୍ୟ୍ୟକର୍ତ୍ତାଙ୍କ ଫଟୋ ମଧ୍ୟ ଉକ୍ତ ପୋଷ୍ଟରରେ ରହିଛି। ସେମାନେ ହେଉଛନ୍ତି- ସୁନୀଲ ସିଂହ, ଅଭୟ ପଟେଲ, ବରୁଣ କୁମାର ଓ ଚନ୍ଦନ ପଟେଲ।

ରାଜନୀତିକୁ ଆସିବେ ନୀତୀଶଙ୍କ ପୁଅ?

ରାଜନୀତିକୁ ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ।
ଗତ ବର୍ଷଠାରୁ ଆଲୋଚନା ହେଉଥିବା ବେଳେ ଏବେ ଏହା ଜୋର ଧରିଛି। 
ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ଅଛି।  

ନୀତୀଶଙ୍କ ବୟସ ବଢୁଥିବାରୁ ଜେଡି (ୟୁ)ର  ନେତା ଚାହୁଁଛନ୍ତି ନିଶାନ୍ତ କୁମାର ମଇଦାନକୁ ଓହ୍ଲାନ୍ତୁ।
 କିଛି ସହଯୋଗୀ ଦଳ ମଧ୍ୟ ନିଶାନ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି
ଏଯାଏଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିଜେ ନିଶାନ୍ତ କୁମାର
ନୀତୀଶ କୁମାର ମଧ୍ୟ କିଛି କହି ନାହାନ୍ତି। 
ଜେଡିୟୁ ନେତା କହିଛନ୍ତି  ବିହାରର ଲୋକମାନେ ଜଣେ ନବମ ଫେଲ୍ ନେତା ଚାହୁଁନାହାନ୍ତି।
ଲାଲ ଯାବବଙ୍କ ପୁଅଙ୍କୁ ଇଙ୍ଗିତ କରି ଜେଡିୟୁ ନେତାଙ୍କ ବୟାନ
 ସେମାନଙ୍କୁ ଜଣେ ପାଠୁଆ ଇଞ୍ଜିନିୟର ଦରକାର, ଯିଏ ରାଜ୍ୟର ନବ ନିର୍ମାଣ କରିପାରିବେ