୪୦ ହଜାରରେ ପିଲାକୁ ବିକି ଦେଲେ
odisha

ଭୁବନେଶ୍ୱର : ରାଜଧାନୀରେ ପିଲା ବିକ୍ରି ଖବର ଏବେ ଚହଳ ସୃଷ୍ଟି କରିଛି । ବରଗଡ଼ ଥାନା ଅଞ୍ଚଳରେ ପିଲା ବିକ୍ରି ହୋଇଛି । ବିହାରରୁ ଆସି ଦମ୍ପତ୍ତି ଭୁବନେଶ୍ୱରରେ ମୂଲ ଲାଗୁଥିଲେ । ପିପିଲି କସରଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସେମାନେ ପିଲା ବିକ୍ରି କରିଛନ୍ତି । ଦୁଇ ଜଣ ମହିଳା ମଧ୍ୟସ୍ଥି ସାଜି ପିଲା ବିକ୍ରି କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ୪୦ ହଜାର ଟଙ୍କାରେ ବାପାମା’ ପିଲାକୁ ବିକ୍ରି କରିଥିବା ଅଭିଯୋଗ ହେବା ପରେ ତଦନ୍ତ ହୋଇଛି । ଏବେ ସୁଦ୍ଧା ୬ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଆରମ୍ଭ କରିଛି ।