ଇମ୍ୟୁନିଟି ସହ ହାଡ଼କୁ ଷ୍ଟ୍ରଙ୍ଗ୍ କରିବ ସବୁଜ ପିଆଜ
ପିଆଜକୁ କିଏ କେତେ ଢଙ୍ଗରେ ଯେମିତିକି ଭଜା , ତରକାରୀ , ପକୋଡା କରି ଖାଆନ୍ତି । ଯାହାର ସ୍ବାଦ ପାଟିରେ ବାଜିଲେ ବାରମ୍ବାର ଖାଇବାକୁ ଇଚ୍ଛା ହୁଏ । ଠିକ୍ ସେମିତି ଶୀତଦିନରେ ପରିବା ବଜାରରେ ଏବେ ସବୁଜ ପିଆଜର ଚାହିଦା ବଢୁଛି । ଯାହାକୁ ସ୍ପ୍ରିଙ୍ଗ୍ ଓନିୟନ୍ ବୋଲି ମଧ୍ୟ କୁହାଯାଏ । ପାଟିକୁ ସୁଆଦିଆ ଲାଗୁଥିବା ସ୍ପ୍ରିଙ୍ଗ୍ ଓନିୟନ୍ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ତେବେ ଆପଣ ବି ଯଦି ଏହି ସବୁଜ ପିଆଜ ଉପକାରିତା ଜାଣିନାହାନ୍ତି ତେବେ ଏ ଲେଖା ଉପରେ ନଜର ପକାନ୍ତୁ ।
.ହାଡ଼କୁ ମଜବୁତ କରେ : ସ୍ପ୍ରିଙ୍ଗ ଓନିୟନ୍ ବା ସବୁଜ ପିଆଜ ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । କ୍ୟାଲସିୟମ୍ ଗୁଣରେ ଭରପୂର ଥିବାରୁ ଏହା ହାଡକୁ ଷ୍ଟ୍ରଙ୍ଗ୍ କରିଥାଏ ।
.ଆଖି ପାଇଁ ଲାଭଦାୟକ ସ୍ପ୍ରିଙ୍ଗ ଓନିୟନ୍ : ସବୁଜ ପିଆଜରେ କେରୋଟେନାୟଡସ୍ ଏବଂ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥାଏ ଯାହା ଆଖି ପାଇଁ ବହୁତ ଲାଭକାରୀ ।
.ହଜମ ପ୍ରକ୍ରିୟାରେ ସହାୟକ ହୁଏ : ସ୍ପ୍ରିଙ୍ଗ ଓନିୟନ୍ ପାଚନତନ୍ତ୍ରକୁ ସୁଧାରିବାର କାମ କରେ । ଖାଦ୍ୟ ପରେ ହଜମର ସମସ୍ୟା ହେଉଥିଲେ ଆପଣ ଖାଦ୍ୟରେ ସ୍ପ୍ରିଙ୍ଗ ଓନିୟନକୁ ବ୍ୟବହାର କରିପାରିବେ ।
.ଥଣ୍ଡା-କାଶକୁ ଦୂର କରେ : ଶୀତରେ ଥଣ୍ଡା ହେବା ସମସ୍ୟା ସାଧାରଣ କଥା । ଯଦି ଆପଣ ବି ଶୀତଋତୁଟା ଥଣ୍ଡା-କାଶରେ ବିତାଉଛନ୍ତି ତାହେଲେ ସବୁଜ ପିଆଜ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଥଣ୍ଡା ସମସ୍ୟାକୁ ଦୂର ରଖେ ।
.ଇମ୍ୟୁନିଟିକୁ କରେ ଷ୍ଟ୍ରଙ୍ଗ୍ : ଶୀତରେ ନିଜର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ୍ ରଖିବା ପାଇଁ ଖାଇପାରିବେ ସବୁଜ ପିଆଜ ।
.ଡାଇବେଟିସ୍ ପାଇଁ ଉପକାରୀ ସବୁଜ ପିଆଜ : ସ୍ପ୍ରିଙ୍ଗ ଓନିୟନରେ ଆଣ୍ଟି-ଡାଇବିଟିକ୍ ଗୁଣ ଥାଏ । ଯାହା ଡାଇବେଟିସ୍ ରୋଗ ପାଇଁ ବହୁତ ଭଲ । ନିୟମିତ ସ୍ପ୍ରିଙ୍ଗ ଓନିୟନର ସେବନ ଡାଇବେଟିସ୍ ରୋଗୀଙ୍କ ପାଇଁ ଭଲ ଔଷଧ ସାବ୍ୟସ୍ତ ହେବ କହିଲେ ଅତ୍ୟୁକ୍ତି ହେବନାହିଁ ।