ଏମିତି କରନ୍ତୁ, ଘରକୁ ଆସିବେନି ପୋକ
INSECTS
ଘରେ କୀଟପତଙ୍ଗଙ୍କ ପ୍ରବେଶ ବନ୍ଦ କରିବାକୁ ଚାହୁଁଥିଲେ କର୍ପୂର ଜଳାଇ ରଖନ୍ତୁ । କର୍ପୂର ଗନ୍ଧରେ କୀଟପତଙ୍ଗମାନେ ରହିନଥାନ୍ତି । ଏମିତିକି କର୍ପୂର ଧୂଆଁର ଗନ୍ଧରେ ମଶା ମଧ୍ୟ ରହିନଥାନ୍ତି ।
ବେକିଂ ସୋଡ଼ା ମଧ୍ୟ ପିମ୍ପୁଡ଼ି ତଥା ବିଭିନ୍ନ ପ୍ରକାର କୀଟପତଙ୍ଗକୁ ରୋକିଥାଏ । ଏଥିପାଇଁ ବେକିଂ ସୋଡାକୁ ଅଟାରେ ମିଶାଇ ଛୋଟ ଛୋଟ ଗୁଳାକରି ଦିଅନ୍ତୁ । ଏହି ଗୁଳାକୁ ଘରର ବିଭିନ୍ନ କୋଣରେ ଲଗାଇ ଦିଅନ୍ତୁ । ଏପରି କଲେ ପିମ୍ପୁଡ଼ି ଓ ଅସରପା ଆସିବେ ନାହିଁ ।
ବିଭିନ୍ନ ପ୍ରକାର ଏସେନ୍ସିଆଲ୍ ଅଏଲ୍କୁ ଘରେ ସ୍ପ୍ରେ କରନ୍ତୁ ଓ ଘର ପୋଛିବା ସମୟରେ ପାଣିରେ ପକାଇ ଦିଅନ୍ତୁ ।
ଘରେ ପୋକ ନହେବା ପାଇଁ ନିମ୍ବପତ୍ର ମଧ୍ୟ ବେଶ୍ ଉପକାରୀ । ଘରେ ନିମ୍ବପତ୍ର ଧୂଆଁ କଲେ ପୋକ ଆସି ନଥାନ୍ତି । ନିମ୍ବତେଲ ମଧ୍ୟ ଏଥିପାଇଁ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।
ଘରେ ଯଦି ପୋକ ପଶିଥା’ନ୍ତି ତେବେ ବେକିଂ ସୋଡ଼ା ଓ ଲେମ୍ବୁରସ ମିଶାଇ ସ୍ପ୍ରେ କରନ୍ତୁ । ବାଥ୍ରୁମ, ରୋଷେଇଘର ଓ ଅନ୍ୟ ପ୍ରବେଶ ପଥରେ ଥିବା କବାଟରେ ଏହାକୁ ସ୍ପ୍ରେ କରନ୍ତୁ । ପୋକ ଆସିବେ ନାହିଁ ।