ତେଲେଙ୍ଗାନା ସୀମାରେ ବଡ ଅପରେସନ୍ ଜାରି

ତେଲେଙ୍ଗାନା ସୀମାରେ ବଡ ଅପରେସନ୍ ଜାରି

 ପଞ୍ଚମ ଦିନରେ ମଧ୍ୟ ଛତିଶଗଡ଼ ବିଜାପୁରରେ ଅପରେସନ୍ ଚାଲିଛି । ଛତିଶଗଡ ତେଲେଙ୍ଗାନା ସୀମାରେ ବଡ ଅପରେସନ୍ ଜାରି ରହିଛି । ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ୍ ଚଳାଇଛନ୍ତି ଯବାନ । କରିଗେଟାଲ ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ । ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି । ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-17 ହେଲିକପ୍ଟର ।  ଅତ୍ୟାଧୁନିକ ଡ୍ରୋନ ସହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଇଛି ।