ସାମ୍ବାଦିକଙ୍କ ପରଲୋକ

 ଯାଜପୁର ଟାଉନ : ଯାଜପୁରର ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରଣାଙ୍କର ଗୁରୁବାର ହୃଦଘାତରେ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ଜିଲା ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ସକାଳୁ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଯାଜପୁର ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ସ୍ୱର୍ଗତ ରଣା ଜଣେ ମିଷ୍ଟଭାଷୀ, ସୁସାମ୍ବାଦିକ ଭାବେ ଅଂଚଳରେ ପରିଚିତ ଥିଲେ । ସ୍ୱର୍ଗତ ରଣାଙ୍କ ଶୋକ ଖବର ପ୍ରଚାରିତ ହେବାପରେ ଯାଜପୁର ପ୍ରେସ୍କ୍ଲବ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ତୁଳସୀ ରିସୋର୍ଟ ଠାରେ ଆୟୋଜନ କରାଯାଇଥିଲା । ଶୋକସଭାରେ ପ୍୍େରସକ୍ଲବର ସଭାପତି ରାଜୀବ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଅରୁଣ କୁମାର ରାଉତରାୟ, ସମରଜିତ ମହାନ୍ତି, ଦିଲ୍ଲୀପ ଦାସ, ତପନ କୁମାର ମହାନ୍ତି, ପ୍ରଦୀପ ବେହୁରିଆ, ଦେବାଶିଷ ସାହୁ, ସନ୍ଦିପ୍ତ ରାୟ, ଆଦିତ୍ୟ ମହାନ୍ତି, ସଂଜିବ କୁମାର ନାୟକ, ସେକ୍ ମନିରୁଦ୍ଦିନ୍, ମହେଶ୍ୱର ସାହୁ, ମାନସ ରଂଜନ ତି୍ରପାଠୀ, ଅନିଲ କୁମାର ପଣ୍ଡା, ସୁରେନ୍ଦ୍ର କୁମାର ନାୟକ, ହିମାଂଶୁ ପାଢ଼ୀ ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।