ପାକ୍ ହାଇକମିଶନର କର୍ମଚାରୀ ବହିଷ୍କୃତ: ‘୨୪ ଘଣ୍ଟାରେ ଦେଶ ଛାଡ଼’

ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନରଙ୍କ କର୍ମଚାରୀ ଅଫିସ୍ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିବା ପରେ ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି  । କିନ୍ତୁ ସଂପୃକ୍ତ କର୍ମଚାରୀଙ୍କ ପରିଚୟ ଗୋପନ ରଖାଯାଇଛି  । ସୂଚନାଯୋଗ୍ୟଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଥିଲା  । ପାକ୍ ହାଇକମିଶରନଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଥିଲା । ତୁରନ୍ତ ସେମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା  ।