ଗ୍ୟାଙ୍ଗଷ୍ଟର୍‌ ଲରେନ୍ସଙ୍କୁ ଗୁଳି କଲେ ମିଳିବ ୧ କୋଟି

ଗ୍ୟାଙ୍ଗଷ୍ଟର୍‌ ଲରେନ୍ସଙ୍କୁ ଗୁଳି କଲେ ମିଳିବ ୧ କୋଟି

 ଯିଏ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବ ତାକୁ ମିଳିବ କୋଟିଏ ଟଙ୍କା। ଏଭଳି କିଛି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଏବଂ ଅଭିନେତା ସଲମାନ ଖାନ୍‌ଙ୍କୁ ଧମକ ପରଠାରୁ ଚର୍ଚ୍ଚାରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଏହାରି ଭିତରେ ଯେଉଁ ପୁଲିସକର୍ମୀ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବେ ତାଙ୍କ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା ହୋଇଛି। କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ରାଜ ଶେଖାବତ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ରାଜ ଶେଖାବତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କଲେ ପୁଲିସ ଅଧିକାରୀଙ୍କୁ ୧,୧୧,୧୧,୧୧୧ ଦେବି ବୋଲି କହିଛନ୍ତି। ଉକ୍ତ ପୁଲିସ କର୍ମଚାରୀଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ସେ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତ। ଏଥିସହ ଲରେନ୍ସ ବିଷ୍ଣୋଇ ଦେଶ ପାଇଁ ବିପଦ ଥିବା କହି ସେ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି।