ଆୟୁଷଙ୍କ ସଫଳତା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ଛାତ୍ର ତଥା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ଯୁବ  ସମାଜସେବୀ ଉତ୍ତମ କୁମାର ଖୁଣ୍ଟିଆ ଓ ଲଷ୍ମୀପ୍ରିୟା ଖୁଣ୍ଟିଆଙ୍କ ପୁତ୍ର ଆୟୁଷ ଖୁଣ୍ଟିଆ ଚଳିତ ଦଶମ ସି ବି ଏସ ସି ପରୀକ୍ଷାରେ ୯୭.୧% ମାର୍କ ରଖି ଅନନ୍ୟ ସଫଳତା ହାସଲ କରିଛନ୍ତି । ନିଜର ନିଷ୍ଠା, ଅଧ୍ୟବସାୟ ଓ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇଥିବା ଆୟୁଷ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଡାକ୍ତର ହୋଇ ଗରିବ ଲୋକମାନଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଅଧକ୍ଷ ମନୋଜିତ ନାୟକ, ଜେଜେ ବାପା ସୁରେନ୍ଦ୍ର ଖୁଣ୍ଟିଆ, ଜେଜେ ମା ଶୈଳବାଳା ଖୁଣ୍ଟିଆ, ସାନବାପା ଗୌତମ ଖୁଣ୍ଟିଆ ଅଜା ମଦନପୁର ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ବେହୁରା, ଆଈ କନକଲତା ବେହୁରା ଓ ମାମୁଁ ସତ୍ୟରଞ୍ଜନ ବେହୁରାଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ଅନନ୍ୟ ସଫଳତା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ ଓ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧକ୍ଷ ମାନସ ରଞ୍ଜନ ସାମଲ, ପୌରାଧକ୍ଷ ହେମନ୍ତ ସାହୁ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଓ ଏଥି ସହିତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।