ଓଡ଼ିଶାରେ ୧୨ ପାକିସ୍ତାନୀ : ଶାହଙ୍କ ସହ କଥା ହେଲେ ମୋହନ

ଓଡ଼ିଶାରେ ୧୨ ପାକିସ୍ତାନୀ : ଶାହଙ୍କ ସହ କଥା ହେଲେ ମୋହନ

 ଭୁବନେଶ୍ୱର:  ଓଡ଼ିଶାରେ ବି ପାକିସ୍ତାନୀ ଅଛନ୍ତି  । ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୨ ପାକିସ୍ତାନୀ ଥିବା ଜାଣିବାକୁ ମିଳିଛି  । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ ପରେ ଏମାନଙ୍କୁ ତୁରନ୍ତ ଭାରତରୁ ତଡ଼ିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଯାଇଛି  । ସେପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି  । ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି  ।
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ, ଓଡିଶାରେ ରହୁଛନ୍ତି ୧୨ ପାକିସ୍ତାନୀ  । ଦୀର୍ଘକାଳୀନ ଭିସା ବଳରେ ଏମାନେ ଓଡିଶାରେ ବସବାସ କରୁଛନ୍ତି  । ଏମାନଙ୍କୁ ଭାରତ ଛାଡି ଯିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଦେ୍ର୍ଦଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେ ନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିଦେ୍ର୍ଦଶ ଜାରି ହୋଇଛି  । ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ସତର୍କ ରାଜ୍ୟ ସରକାର  । ସମୁଦ୍ରତଟ ସୁରକ୍ଷା ପାଇଁ ସଜାଗ ଅଛନ୍ତି ମେରାଇନ୍ ପୁଲିସ ଓ କୋଷ୍ଟ ଗାର୍ଡ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି  । 
ଖାଲି ପାକିସ୍ତାନୀ ନୁହେଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ବି ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବେ  । ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି  । ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି  ।