ମୁଖ୍ୟମନ୍ତ୍ରୀମାନଙ୍କୁ ଶାହଙ୍କ ନିଦେ୍ର୍ଦଶ : ‘ପାକିସ୍ତାନୀଙ୍କୁ ଖୋଜି ଖୋଜି ତଡ଼’

ନୂଆଦିଲ୍ଲୀ: ପାକିସ୍ତାନୀଙ୍କୁ ଭାରତ ମନା । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେବା ପରେ ଏବେ ପାକିସ୍ତାନୀଙ୍କୁ ଖୋଜି ଖୋଜି ଭାରତରୁ ତଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଫୋନ୍ରେ କଥା ହୋଇଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜଣେ ବି ପାକିସ୍ତାନୀ ଯେଭଳି ଭାରତରେ ନରହିବେ ତାହା ନିଶ୍ଚିତ କରିବାକୁ କୁହାଯାଇଛି । ସେହିପରି କେଉଁ ରାଜ୍ୟରେ କେତେ ପାକିସ୍ତାନୀ ଅଛନ୍ତି ସେନେଇ ବି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି । ପହେଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।