ତୀବ୍ର ହେଉଛି ବାତ୍ୟା ‘ଫେଙ୍ଗାଲ’: ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସାଇକ୍ଲୋନ୍ ଫେଙ୍ଗାଲ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ଉପକୂଳ ଆଡ଼କୁ ମାଡ଼ି ଆସୁଛି ଏହି ବାତ୍ୟା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ଫେଙ୍ଗାଲ୍। ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ କରିବ।