ପେଟ୍ରୋଲ ପମ୍ପରେ ମାପ ଓଜନରେ ବ୍ୟାପକ ଠକେଇ 

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ମାପ ଓଜନରେ ପେଟ୍ରୋଲ ଡିଜେଲ ବିକ୍ରୀରେ ବ୍ୟାପକ ଠକେଇ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ବାବୁ ମାନେ ନିରବତାର ସହ ଦେଖଣାହାରୀ ହୋଇଥିବାରୁ ଏହି ଠକେଇ ଦିନକୁ ଦିନ ବଢିବାରେ ଲାଗିଛି । ଅଭିଯୋଗରୁ ଜଣାପଡିଛି, ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ମେସିନରେ ତେଲ ଦେବା ପୂର୍ବରୁ ଜିରୋ କରାଯାଉଛି, ପରେ ତେଲ ଦେବା ଆରମ୍ଭ ହେବା କ୍ଷଣି ମିଟର ୫/୭/୧୦ରୁ ଆରମ୍ଭ ହେଉଛି  । ମିଟର ରେ ୨/୩ /୪ ସଂଖ୍ୟା ଆଦୌ ଦେଖିବାକୁ ମିଳୁନି  । ଏନେଇ ତେଲ ଟାଙ୍କିରେ ଥିବା କର୍ମଚାରୀ ମାନଙ୍କୁ କହିଲେ କିଛି ଉତର ମିଳୁନି  । ରାଉରକେଲା, ରାଜଗାଙ୍ଗପୁର, ସୁନ୍ଦରଗଡ, ବଣେଇ, ଲହୁଣୀପଡା ଓ ରାଜା ମୁଣ୍ଡା ଯେଉଁଠି ଦେଖିଲେ ଏହି ସମସ୍ୟା ଓ ଠକେଇ ଚାଲିଥିବା ଦେଖାଯାଉଛି  । ଯଦି ସରକାରୀ ବ୍ୟବସ୍ଥାକୁ ଦେଖାଯାଏ ତେବେ ସରକାର ଏସବୁ ଦେଖିବା ଲାଗି ଥିବା ଅଧିକାରୀ ମାନଙ୍କ ପଦବୀରେ ଉନ୍ନତି ଆଣିବା ସହ ଏମାନଙ୍କୁ ଅଧିକ ଦରମା ଓ ସୁବିଧା ସୁଯୋଗ ଦେଇଛନ୍ତି  । ପୂର୍ବରୁ ଥିବା ଏରିଆ ଇନ୍ସପେକ୍ଟର ମାନଙ୍କୁ ସିନିଅର ଇନ୍ସପେକ୍ଟର ଓ ଆସିସଷ୍ଟାଂଟ କନଟ୍ରୋଲର ପଦକୁ ପଦୋନ୍ନତି ଦେବା ସହ ଜିଲ୍ଲା ଦାୟିତ୍ୱରେ ଥିବା ବାବୁ ମାନଙ୍କୁ ଆସିଷ୍ଟାଂଟ କନଟ୍ରୋଲର ବଦଳରେ ଜୟେଂଟ କଂଟ୍ରୋଲର ପଦବୀକୁ ପଦୋନ୍ନତି ଦେଇଛନ୍ତି  । ଲୋକ ସଂଖ୍ୟା କମ ଥିବାରୁ ଜଣକୁ ୨/୩ଟି ଏରିଆ ମଧ୍ୟ ଦିଆଯାଇଛି  । ହେଲେ ବାବୁ ମାନେ ଫାଇଲ ଚାଷ କରି ନିଜ ଡ୍ୟୁଟି କରୁଛନ୍ତି  । ସାଧାରଣ ମାଛ, ମାଂଶ, ପରିବା ଠାରୁ ଆରମ୍ଭ କରି ଚାଉଳ ଡାଲି, ସୁନା, ପରିବା ,କପଡା ପତ୍ର, ଲୁଗାପଟା ଯାହା ଲୋକେ ବଜାରରୁ କିଣୁଛନ୍ତି ସେଥିରେ ଠକେଇ ହେଉଛି, କଳକାରଖାନା ଓ ଅନ୍ୟାନ୍ୟ ଯାଗା ଅଲଗା  । ଏହି ବିଭାଗର କାମ ଅନେକ କିନ୍ତୁ ଏମାନେ ଆଜିକାଲି କେତେବେଳେ କେମିତି କିଛି ଦୋକାନୀଙ୍କୁ ଫାଇନ କରିଦେଇ ନିଜର ପ୍ରଚାର କରିଦେଇ ଚୁପ ହୋଇ ବସୁଛନ୍ତି । କମ ଓଜନ ଦେଉଥିବା ବେପାରୀଙ୍କ ବିରୋଧରେ ଆଉ ଆଜିକାଲି ମାମଲା କରାଯାଉନାହିଁ  । ରାଉରକେଲା ବାବୁଙ୍କୁ କେହି ଦେଖା କରି ଏନେଇ କହିବାକୁ ଗଲେ ସେ ଲୁଚୁଛନ୍ତି ବୋଲି ଅଭିଯୋଗ ହେଉଛି  । ବିଭାଗର ରାଜ୍ୟ ମୁଖ୍ୟ କଂଟ୍ରୋଲର ପଦବୀ ମଧ୍ୟ ଦୀର୍ଘ ଏକ ବର୍ଷ ହେଲା ଖାଲି ପଡିଛି, ଯୋଗାଣ ବିଭାଗର ଜଣେ ଆଡିଶନାଲ ସଚିବ ଏହି ଦାୟିତ୍ୱରେ ଅଛନ୍ତି  । ରାଜ୍ୟ ଯୋଗଣ ବିଭାଗର ଏହି ବିଭାଗ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ବିଭାଗ ହୋଇଥିଲେ ବି ଏହାକୁ ପୂର୍ବ ସରକାର ଅତିତରେ ସଠିକ ଭାବେ ଦୃଷ୍ଟି ଦେଇ ନାହାନ୍ତି ଓ ସରକାର ବଦଳିବା ପରେ ବର୍ତମାନର ବାବୁ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପାଠ ପଢେଇ ଦେଇ ପୁଣି ତାଙ୍କ ଇଛା ଅନୁଶାରେକାମ ଚଳାଇଛନ୍ତି  । ଏହା ଫଳରେ ରାଜ୍ୟବାସୀ ସକାଳୁ ସଂଧ୍ୟା ଯାଏ ଠକାମୀର ଶିକାର ହେଉଛନ୍ତି  ।