ମଧ୍ୟାହ୍ନ ଭୋଜନରେ ଅନିୟମିତା

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରିଆସୁଛି  । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଉଛି  । ଏଥିରେ ଖିଲାପ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛି ବିଭାଗ  । ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅଧିନସ୍ଥ ଟୋଲକାନି ଅଂଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି  । ସୂଚନାଯୋଗ୍ୟ, ଗତ ୧୩ ଦିନ ହେଲାଣି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ଲଙ୍କା ଦିଆଯାଉଥିବା ଅଭିଯୋଗ ହୋଇଥିଲା  । ଅଭିଯୋଗ ହସ୍ତଗତ ହେବା ପରେ ଏ ସମ୍ବନ୍ଧରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା  । ଏହି ତଦନ୍ତର ଫଳାଫଳ ଅନୁଯାୟୀ କାର୍ଯ୍ୟରେ ଅବହେଳା ଯୋଗୁଁ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି  ।