ସର୍ବସାଧାରଣ ରାସ୍ତା ଅବରୋଧମୁକ୍ତ ପାଇଁ ଦାବି
ାା ପ୍ରଭାନୁ୍ୟଜ୍ ।ା ରାଜନଗର: ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତ ନାଥପୁର ଗ୍ରାମରେ ସର୍ବସାଧାରଣ ରାସ୍ତାକୁ ଅବରୋଧ କରାଯାଇଥିବା ନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ । ବାରମ୍ବାର ଏନେଇ ପ୍ରଶାସନକୁ ହାରିଗୁହାରୀ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ୱାର୍ଡସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ନାଥପୁର ଗ୍ରାମରୁ ଅଷ୍ଟଶମ୍ଭୁ ନୋଡାଲ ଉ.ପ୍ରା.ବିଦ୍ୟାଳୟ, ଅଷ୍ଟଶମ୍ଭୁ ମନ୍ଦିର ସହ ନାଥପୁର ବଜାରକୁ ଯିବା ପାଇଁ ମାତ୍ର ଦୁଇଶହ ମିଟର ଦୂର ବଦଳରେ ଗୋଟିଏ କିଲୋମିଟରରୁ ଉଦ୍ଧ୍ୱର୍ ପଥ ଅତିକ୍ରମ କରିବାକୁ ପଡୁଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପାଇଁ ନିହାନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହୁଲିଆ-ଜୁଣପଙ୍ଗରା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରୁ କେନାଲ କୂଳରେ ଯାଇଥିବା ରାସ୍ତାକୁ କିଛି ଲୋକ ଅବରୋଧ କରିବାରୁ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଯାହାଦ୍ୱାରା ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ଏହି ରାସ୍ତା ଅବରୋଧ ହଟାଇବା ସହ ଯୁଦ୍ଧକାଳୀନ ଭିତିରେ ରାସ୍ତା ନିର୍ମାଣ କରିବାକୁ ୱାର୍ଡ ସଭ୍ୟ ରମେଶଚନ୍ଦ୍ର ସେଠୀଙ୍କ ସହିତ ଗ୍ରାମବାସୀମାନେ ଦାବୀ କରିଛନ୍ତି ।