ବିଜେଡିରୁ ବଦ୍ରି, କଂଗ୍ରେସରୁ ସୁବ୍ରତ; ବିଜେପିରୁ କିଏ ?

ବିଜେଡିରୁ ବଦ୍ରି, କଂଗ୍ରେସରୁ ସୁବ୍ରତ; ବିଜେପିରୁ କିଏ ?

 ଆନନ୍ଦପୁର: କେନ୍ଦୁଝର ଜିଲାର ଘସିପୁରା  ନିର୍ବାଚନ ସବୁବେଳେ ରୋଚକ ସ୍ଥିତି ସୃଷ୍ଟି କରିଥାଏ । ଘସିପୁରା ନିର୍ବାଚନ ମଣ୍ଡଳୀରୁ ଭେଟରାନ ବଦ୍ରୀନାରାୟଣ ପାତ୍ର ୫ ଥର ବିଧାୟକ ହୋଇଥିବା ବେଳେ ଷଷ୍ଠ ଥର ପାଇଁ ୨୦୨୪ ନିର୍ବାଚନରେ ବିଜେଡ଼ି ତାଙ୍କୁ  ପ୍ରାର୍ଥୀ କରିଛି । କଂଗ୍ରେସରୁ ସୁବ୍ରତ ଚକଙ୍କ ନାମ ଘୋଷଣା ପରେ ବିଜେପିରୁ କିଏ ଏହି ଦୁଇ ନେତାଙ୍କୁ ଟକ୍କର ଦେବ ଏହି ପ୍ରଶ୍ନ ସମସ୍ତଙ୍କୁ ଘାରିଛି । ଘଷିପୁରା ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ଆଶାୟୀ ମାଳମାଳ ରହିଛନ୍ତି । ବିଜେପି ନେତା ପୃଥୁ କୁଅଁର, ଶମ୍ଭୁନାଥ ରାଉତ, ସନ୍ତୋଷ ରାଉତ, ଯଜ୍ଞ ପ୍ରସାଦ, ଆଇନଜୀବୀ ବିଚିତ୍ର ଚକ୍ର, ବିଜୟ ମହାରଣା, ବିପିନ ବିହାରୀ ମିଶ୍ରଙ୍କ ନାମ ଶୁଣାଯାଉଥିବା ବେଳେ ବିଗତ କିଛିଦିନ ହେଲା ବିଭିନ୍ନ ସୋସିଆଲ ମିଡିଆରେ ବରିଷ୍ଠ ନେତା ସୋମ୍ୟରଞ୍ଜନ ପଟ୍ଟନାୟକ ଘସିପୁରାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ସୋମ୍ୟ ରଞ୍ଜନ ଯଦି ବିଜେପିରୁ ଟିକେଟ ହାତେଇ ନିଅନ୍ତି ତେବେ ଚାହିଁ ଥିବେ ଜଳକା ହୋଇ ମାରିନେଇ ଯିବେ ମହାପାତ୍ରେ ନ୍ୟାୟରେ ଆଶାୟୀଙ୍କ ଆଶା ଆଶାରେ ରହିଯିବ । ତେବେ ବିଜେପି କାହା ନାମ ଘୋଷଣା କରୁଛି ଜଣାପଡିବା ପରେ ରହସ୍ୟ ଉପରୁ ପରଦା ଉଠିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।