ନାଲି ଆଖି ଦେଖାଇଲେ ଚଳିବନି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବାଚସ୍ପତି ସୁରମା ପାଢ଼ୀଙ୍କ ତାଗିଦକୁ ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ବିରୋଧ କରିଛନ୍ତି । ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବାଚସ୍ପତି ଏବେ ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚପାଇବାକୁ ଉଦ୍ୟମ କରୁଛନ୍ତି । ନାଲି ଆଖି ଦେଖାଇଲେ ଚଳିବନି, ବିରୋଧୀଙ୍କ ସ୍ୱର ବନ୍ଦ ହେବନି । ସରକାରଙ୍କ ଦୋଷ ତ୍ରୁଟିକୁ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।
ପ୍ରକାଶ ଯେ ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ।
ବାଚସ୍ପତି କହିଛନ୍ତି ଯେ ବିଧାନସଭା ଅଧିବେଶନବେଳେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶୃଙ୍ଖଳିତ ଆଚରଣ କଲେ ବରଦାସ୍ତ କରାଯିବନି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।