ବିଜେପିର ଦିଲ୍ଲୀ ନିର୍ବାଚନ ଇନ୍‌ଚାର୍ଜ ହେଲେ ବୈଜୟନ୍ତ ପଣ୍ଡା

ବିଜେପିର ଦିଲ୍ଲୀ ନିର୍ବାଚନ ଇନ୍‌ଚାର୍ଜ ହେଲେ  ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଦିଲ୍ଲୀ ନିର୍ବାଚନ ଇନ୍‌ଚାର୍ଜ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇନ୍‌ଚାର୍ଜ ଭାବେ ଶ୍ରୀ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛ ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ସମ୍ଭବତଃ ୨୦୨୫ ଫେବ୍ରୁଆରୀରେ ନିର୍ବାଚନ ହୋଇପାରେ। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର ଭାବେ ସଭା ଓ ରୋଡ୍‌ ଶୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୟ ଆଶାରେ ବିଜେପି ଆଜି ଦୁଇ ପାୱାରଫୁଲ୍‌ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ଇନ୍‌ଚାର୍ଜ ଭାବେ ନିଯୁକ୍ତି ଦେଇଛି।