କଥାରେ ନୁହେଁ, କାମରେ କରି ଦେଖାଇବୁ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ୨୦୨୫ରେ ଉକ୍ରର୍ଷ ଓଡ଼ିଶାର ମୂଳଦୁଆ ପଡ଼ିବ । କଥାରେ ନୁହେଁ, କାମରେ କରି ଦେଖାଇବୁ । ବୁଧବାର ଏଭଳି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ କହିଛନ୍ତି ଯେ ଓଡ଼ିଶା ଟୁରିଜିମ ହବ ହେବ । ପର୍ଯ୍ୟଟନରେ ଓଡ଼ିଶା ଦେଶର ୩ ନଂ ରାଜ୍ୟ ହେବ । ଏବେ ଓଡ଼ିଶା ୧୭ ନଂ ସ୍ଥାନରେ ରହିଛି । ୨୦୨୫ ଶେଷ ବେଳକୁ ୭ ନଂ ସ୍ଥାନରେ ପହଞ୍ଚିବ । ୨୦୨୯ ବେଳକୁ ଓଡ଼ିଶା ୩ ନମ୍ବର ୧ ନମ୍ବର ହେବ । ୭ରୁ ୮ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।