ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ

ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ

କେନ୍ଦୁଝରରେ ଗୋଟିଏ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ପ୍ରାୟ ୯ଟା ସମୟରେ କାଳସୁଇ ଗାଁର ନରେନ୍ଦ୍ର ମହାନ୍ତ କେନ୍ଦୁଝରରୁ କାମସାରି ବାଇକ୍ ଯୋଗେ ୨୦ ନମ୍ୱର୍ ଜାତୀୟ ରାଜପଥରେ ଫେରୁଥିଲେ। ଏହି ସମୟରେ ଧୃପଦା ଓଭର ବ୍ରିଜ ନିକଟରେ ଗୋଟିଏ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। 

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକମାନେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ହମ୍ପସ ନିର୍ମାଣ ଓ ସିସିଟିଭି କ୍ୟାମେରା ଲଗାଇବା ସହ ଟ୍ରାଫିକ ପୁଲିସ ମୁତୟନ ଦାବିରେ ସେମାନେ ମୃତଦେହକୁ ରାସ୍ତା ଉପରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକଙ୍କ ବିକ୍ଷୋଭ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିଲା।