ଶରଧାବାଲି ଦଳାଚକଟା ଘଟଣାର ଆଜି ସନ୍ଧ୍ୟା ସୁଦ୍ଧା ଦିଆଯିବ ରିପୋର୍ଟ

ଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ସନ୍ଧ୍ୟା ସୁଦ୍ଧା ଦିଆଯିବ ରିପୋର୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉନ୍ନୟନ କମିଶନର । ସେ କହିଛନ୍ତି, ଆମେ ରିପୋର୍ଟ ଦେବୁ, ନିଷ୍ପତ୍ତି ନେବେ ସରକାର । ମୋତେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ମୁଁ ରିପୋର୍ଟ ଦେବା ପରେ ସରକାର ନିଷ୍ପତ୍ତି ନେବେ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି ।