ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ।

ଖରାଦିନେ ପ୍ରଚୁର ପାଣି ତ ପିଇବା ଜରୁରୀ, ତା’ ସହ ପଇଡ଼ପାଣି ପିଅନ୍ତୁ। ଏହା ଜଳୀୟ ଅଂଶ ବୃଦ୍ଧି କରେ ଓ ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ।
ନିଜକୁ ହାଇଡ୍ରେଟ୍‌ ରଖିବା ପାଇଁ ଏହି ଦିନେ ଗର୍ଭବତୀମାନେ ବିଭିନ୍ନ ପ୍ରକାର ଫଳ ଜୁସ୍‌ ପିଅନ୍ତୁ। ଫଳରେ ଶରୀରକୁ ପୋଷକ ତତ୍ତ୍ୱ ମିଳିବା ସହ ଗରମରୁ ଅନେକାଂଶରେ ରକ୍ଷା ମିଳିଥାଏ।
ଦିନକୁ ଅତିକମ୍‌ରେ ଥରେ ପାନୀୟରେ କ୍ଷୀର ସାମିଲ କରନ୍ତୁ। ଯେକୌଣସି ଜୁସ୍‌ରେ ହେଉ ଅବା ସିଧାସଳଖ କ୍ଷୀର ପିଅନ୍ତୁ।
ଗର୍ଭବତୀ ମହିଳା ଏହି ଋତୁରେ ପ୍ରଚୁର ମାତ୍ରାରେ ଲେମ୍ବୁପାଣି ପିଅନ୍ତୁ। ଖାଲି ପାଣି ବଦଳରେ ଏହା ବହୁ ଲାଭଦାୟକ ହୋଇଥାଏ।
ଏହି ଋତୁରେ ବିଭିନ୍ନ ପ୍ରକାର ପରିବା ଜୁସ୍‌ ମଧ୍ୟ ପିଇପାରିବେ। କାକୁଡ଼ି, ଟମାଟୋ ଆଦି ବିଭିନ୍ନ ପରିବା ଜୁସ୍‌ ତିଆରି କରି ପିଅନ୍ତୁ।
ଏବେ ସବୁଠୁ ଭଲ ପାନୀୟ ଦହି କହିଲେ ଭୁଲ୍‌ ହେବ ନାହିଁ। ଦହି ବା ଲସି ପିଇବା ଫଳରେ ଶରୀର ହାଇଡ୍ରେଟ୍‌ ରହିବା ସହ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।